ISRO କୁ ମିଳିଲା ବଡ଼ ସଫଳତା, ମହାକାଶରେ ଗଜା ହେଲା ଝୁଡ଼ଙ୍ଗ ମଞ୍ଜି

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଅର୍ଥାତ ISRO କୁ ମିଳିଛି ବଡ ସଫଳତା । ଇସ୍ରୋ ମହାକାଶରେ ଝୁଡ଼ଙ୍ଗ ମଞ୍ଜିକୁ ଗଜା କରିବାରେ ସଫଳତା ହାସଲ କରିଛି । ଗଜାରୁ ଖୁବଶୀଘ୍ର ପତ୍ର ବାହାରିବ ବୋଲି ବୈଜ୍ଞାନିକମାନଙ୍କର ବିଶ୍ୱାସ ରହିଛି । ଇସ୍ରୋ ମହାକାଶରେ ଚାରା ବଢାଇବା ଅଧ୍ୟୟନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ISRO ଏକ୍ସରେ ଏକ ଟ୍ୱିଟ କରି ଏହି ବିଷୟରେ ସୂଚନା ଜାରି କରିଛି । ଏଥିରେ ଲେଖାଯାଇଛି ଯେ, ସ୍ପେସରେ ଜୀବନର ଆରମ୍ଭ ! VSSC ର CROPS ପ୍ରୟୋଗ PSLV-C60 POEM-4 ଉପରେ ସଫଳତା ପାଇଛି । ଚାରି ଦିନରେ ଝୁଡ଼ଙ୍ଗ ମଞ୍ଜିରେ ହୋଇଥିବା ଗଜା, ଖୁବଶୀଘ୍ର ପତ୍ର ଧରିବା ଆଶା କରାଯାଉଛି । ଝୁଡ଼ଙ୍ଗର ୮ଟି ମଞ୍ଜିକୁ ଏକ ନିୟନ୍ତ୍ରିତ ପରିବେଶରେ ଗଜା କରାଯାଇଛି ।

ଏହି ପ୍ରକ୍ରିୟାରେ ଝୁଡୁଙ୍ଗର ୮ ମଞ୍ଜିକୁ ନିୟନ୍ତ୍ରିତ ପରିବେଶରେ ଲଗାଯାଇଛି । ଯେଉଁଥିରେ ସକ୍ରିୟ ଥର୍ମଲ ନିୟନ୍ତ୍ରଣ ରହିଛି । କ୍ଷୀଣ ଚୁମ୍ବକୀୟ ଶକ୍ତିରେ କିପରି ମଞ୍ଜିରୁ ଗଛ ବାହାରୁଛି, ତାର ଫଟୋ ଉଠାଯିବ ଏବଂ ଅମ୍ଳଜାନ, ଅଙ୍ଗାରକାମ୍ଳ, ଆର୍ଦ୍ରତା, ତାପମାତ୍ରା ଆଦି ମଧ୍ୟ ମପାଯିବ । ଏହା ଦ୍ୱାରା ସେହି ପରିସ୍ଥିତିକୁ ଅନୁସରଣ କରିବାରର ପ୍ରୟାସ କରାଯାଇଛି, ଯେଉଁଥିରେ ଗଛ ମହାକାଶ ଯାତ୍ରା ସମୟରେ ଯାଇପାରିବ । ଏହି ଉପଲବ୍ଧି ଭାରତର ମହାକାଶ ଜୀବବିଜ୍ଞାନ ଅନୁସାରେ ଏକ ବହୁତ ବଡ଼ ସଫଳତା । ମହାକାଶରେ ମଞ୍ଜି ଗଜା ହେବା ଭାରତର ଯୋଗ୍ୟତାକୁ ଦର୍ଶାଉଛି ।

ଏହି ଝୁଡ଼ଙ୍ଗର ମଞ୍ଜିକୁ ସ୍ପେଡଏକ୍ସ ମିଶନ ସହ ୩୦ ଡିସେମ୍ବରରେ PSLV C 60 ରକେଟରେ ପଠାଯାଇଥିଲା । ଏହି ମିଶନରେ ବ୍ୟବହୃତ PSLV-C60 ରକେଟ୍ର ଚତୁର୍ଥ ଷ୍ଟେଜରେ ପଠାଯାଇଛି ମୋଟ୍ ୨୪ଟି ପେଲୋଡ୍ ବା ଯନ୍ତ୍ର । ଏହାକୁ PS4 ଅର୍ବିଟାଲ୍ ଏକ୍ସପେରିମେଣ୍ଟ ମଡ୍ୟୁଲ୍ ବା ପଏମ୍-4 ବୋଲି କୁହାଯାଉଛି । ୨୪ଟି ପେଲୋଡ୍‌ରୁ ୧୪ଟି ଇସ୍ରୋ ତିଆରି କରିଥିବା ବେଳେ, ୧୦ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଘରୋଇ ଷ୍ଟାର୍ଟଅପ୍ ଦ୍ବାରା ତିଆରି କରାଯାଇଛି ।

ସୂଚନାଯୋଗ୍ୟ, PSLV C 60 ୬୦ ରକେଟରୁ ଦୁଇଟି ସ୍ପେସକ୍ରାଫ୍ଟକୁ ପୃଥିବୀରୁ ୪୭୦ କିଲୋମିଟର ଉପରେ ଅବସ୍ଥାପିତ କରାଯାଇଛି । ଏହି ମିଶନରେ ମହାକାଶରେ ବୁଲେଟ ବେଗରୁ ୧୦ ଗୁଣ ଅଧିକ ସ୍ପିଡରେ ଗତି କରୁଥିବା ଦୁଇଟି ସ୍ପେସକ୍ରାଫ୍ଟକୁ ୧୦ ଦିନରେ ପରସ୍ପର ସହ ଯୋଡ଼ାଯିବ । ୨୨୦ କିଲୋ ଓଜନର ଚେଜର ଓ ଟାର୍ଗେଟ ସ୍ପେଶ୍ କ୍ରାଫ୍ଟକୁ ଯୋଡ଼ିବ । ମହାକାଶ ବିଜ୍ଞାନୀଙ୍କ ଭାଷାରେ ଏହାକୁ ଡକିଂ କୁହାଯାଏ । ଚନ୍ଦ୍ରଯାନ-୪ ପାଇଁ ଡକିଂ ଜରୁରୀ ।