ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଇସ୍ରୋ, ଆଜି ଉତକ୍ଷେପଣ ହେବ SSLV D3

ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ବଡ଼ ଲମ୍ଫ ଦେବାକୁ ଯାଉଛି ଇସ୍ରୋ । ଆଜି ଉତକ୍ଷେପଣ ହେବ SSLV D3। ସକାଳ ୮ଟା ୫୦ମିନିଟରେ ଉତକ୍ଷେପଣ ହେବ। SSLV D3 ଲଞ୍ଚ ପୂର୍ବରୁ ତିରୁପତି ବାଲାଜୀ ମନ୍ଦିରରେ ଦର୍ଶନ କରିଛନ୍ତି ଇସ୍ରୋ ବୈଜ୍ଞାନିକ। ତିରୁପତି ସ୍ଥିତ ତିରୁମାଲା ମନ୍ଦିର ଯାଇ ପ୍ରଭୁ ବାଲାଜୀଙ୍କ ଦର୍ଶନ କରିଛନ୍ତି। ଏହାର ତୃତୀୟ ତଥା ଚୂଡାନ୍ତ ଉତକ୍ଷେପଣରେ ପୃଥିବୀକୁ ଅବଲୋକନ କରିବାକୁ ଥିବା ଉପଗ୍ରହ EOS 08 ଆଜି ଲଞ୍ଚ ହେବ।
EOS 08ର ପ୍ରାଥମିକ ଉଦ୍ଦେଶ୍ୟ ଏକ ମାଇକ୍ରୋ ସାଟେଲାଇଟର ଡିଜାଇନ ଓ ବିକଶିତ କରିବା, ମାଇକ୍ରୋସାଟେଲାଇଟ ବେସ୍ ସହ ପେଲୋଡ ଉପକରଣ ପ୍ରସ୍ତୁତି ଓ ଭବିଷ୍ୟତରେ ଉପଗ୍ରହର ପରିଚାଳନା ପାଇଁ ଆବଶ୍ୟକ ନୂଆ ବୈଷୟିକ ଜ୍ଞାନକୁ ସାମିଲ କରିବ। SSLV ମିନି, ମାଇକ୍ରୋ ଓ ନାନୋ ସାଟେଲାଇଟକୁ ୫ଶହ କିମି ଦୂରତାରେ କକ୍ଷପଥରେ ଅବସ୍ଥାପିତ କରିପାରିବ। ଏହା ଏକ ଥ୍ରି-ଷ୍ଟେଜ ଲଞ୍ଚ ଭେହିକଲ।
ଏହି ଉପଗ୍ରହକୁ SSLV ରକେଟ୍ ଦ୍ୱାରା ଉତକ୍ଷେପଣ କରାଯିବ। ୨୦୨୨ ରେ SSLV ର ପ୍ରଥମ ବିମାନ ବିଫଳ ହୋଇଥିଲା, କିନ୍ତୁ ୧୦ ଫେବୃଆରୀ ୨୦୨୩ ରେ ଦ୍ୱିତୀୟ ବିମାନ ସଫଳ ହୋଇଥିଲା। ISRO ଆଶା କରେ ଯେ ଏହି ତୃତୀୟ ବିମାନ ପରେ, SSLV କୁ ବ୍ୟବସାୟିକ ଭାବରେ ଏକ ଉତ୍ତମ ଉପାୟରେ ବ୍ୟବହାର କରାଯାଇପାରିବ। ଏହା ସହିତ, ISRO ଅନୁଯାୟୀ ଏହି ରକେଟରେ ପ୍ରାୟ ୨୧ ଟି ନୂଆ ଟେକ୍ନୋଲୋଜି ପରୀକ୍ଷା କରାଯାଉଛି।
ଏହାର ଓଜନ ୧୭୫.୫ କିଲୋଗ୍ରାମ ଏବଂ ଏହାକୁ ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ ଅବସ୍ଥାପିତ କରିବ ଇସ୍ରୋ । ଏଥିରେ ଥିବା ୩ଟି ପେଲୋଡ୍ ଦିନରାତି ପରିବେଶ ନରୀକ୍ଷଣ, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଏବଂ ଗଗନଯାନ ମିଶନରେ ସହାୟକ ହେବ ।