ସଫଳତାର ସହ କମ୍ୟୁନିକେସନ ସାଟେଲାଇଟ ଲଞ୍ଚ କଲା ଇସ୍ରୋ, ବଢ଼ିବ ମୋବାଇଲ ଓ ଟିଭି ସିଗ୍ନାଲ ରେଞ୍ଜ

ପୁଣିଥରେ ଇସ୍ରୋକୁ ମିଳିଲା ଏକ ବଡ ସଫଳତା । ଗୁରୁବାର PSLV-C50 ମାଧ୍ୟମରେ ଇସ୍ରୋ ନିଜ କମ୍ୟୁନିକେସ ସ୍ୟାଟେଲାଇଟ CMS-01ର ସଫଳତାର ସହ ଉତକ୍ଷେପଣ କରିଛି । ଚଳିତ ବର୍ଷରେ ଏହା ହେଉଛି ଇସ୍ରୋର ଦ୍ଵିତୀୟ ମହାକାଶ ମିଶନ ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୩.୪୦ରେ ଶ୍ରୀହରିକୋଟାର ସତୀଶ ଧାୱନର ଲଞ୍ଚପ୍ୟାଡ୍‌ରୁ ଏହି କମ୍ୟୁନିକେସନ ସାଟେଲାଇଟ ଉତକ୍ଷେପଣ କରାଯାଇଥିଲା । ଲଞ୍ଚର ୫ ମିନିଟ୍‌ ପରେ CMS-01 କକ୍ଷ ପଥରେ ଅବସ୍ଥାପିତ ହୋଇଛି । ମିଶନ ସଫଳ ହୋଇଥିବା ନେଇ ଇସ୍ରୋର ମୁଖ୍ୟ ଡା କେ. ଶିବନ ସାକ୍ଷାତ୍କାରରେ କହିଛନ୍ତି । ଶ୍ରୀ ଶିବନ ଆହୁରି ମଧ୍ୟ କହିଛନ୍ତିଯେ, PSLV-C50 ପୂର୍ବନିର୍ଦ୍ଧାରିତ କକ୍ଷପଥରେ CMS-01 ଯୋଗାଯୋଗ ସ୍ୟାଟେଲାଇଟ୍‌କୁ ସଫଳତାର ସହ ଅବସ୍ଥାପିତ କରିଛି । ବର୍ତ୍ତମାନ ସ୍ୟାଟେଲାଇଟ୍ ବହୁତ ଭଲ କାମ କରୁଛି ଓ ଆସନ୍ତା ଚାରି ଦିନ ମଧ୍ୟରେ ଏହା ଏକ ନିର୍ଦ୍ଦିଷ୍ଟ ସ୍ଲଟରେ ପହଞ୍ଚିଯିବ ।

ସୂଚନାଯୋଗ୍ୟ, ଏହା PSLVର 42 ତମ କମ୍ୟୁନିକେସନ ସାଟେଲାଇଟ । CMS-01 ଇସ୍ରୋର ୪୨ତମ ଯୋଗାଯୋଗ ସ୍ୟାଟେଲାଇଟ୍‌। ଦେଶରେ ଇଣ୍ଟରନେଟ୍‌ ସହ ବିପର୍ଯ୍ୟୟ ପ୍ରଶମନରେ ଏହି ସ୍ୟାଟେଲାଇଟ୍‌ ବିଶେଷ ଭୂମିକା ନିଭେଇବ | ୭ ବର୍ଷ ଧରି CMS-01 କାର୍ଯ୍ୟକ୍ଷମ ରହିବ ବୋଲି ଜଣାଯାଇଛି । CMS-01 ସ୍ୟାଟେଲାଇଟ ଯୋଗୁ ଟେଲି ଯୋଗାଯୋଗ ସେବାରେ ଉନ୍ନତି ଆସିବ । ଟିଭି ଚ୍ୟାନେଲ ଗୁଡ଼ିକର ଫିକଚର କ୍ୱାଲିଟିକୁ ବୃଦ୍ଧି କରିବାରେ ମଧ୍ୟ ଏହି ସ୍ୟାଟେଲାଇଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.