ଏକାସାଙ୍ଗରେ ୩୬ଟି ସାଟେଲାଇଟ୍ ଉତକ୍ଷେପଣ କଲା ଇସ୍ରୋ, LVM3 ରକେଟ୍ ଜରିଆରେ ଛଡ଼ାଗଲା ସାଟେଲାଇଟ୍
ଇତିହାସ ରଚିଲା ଇସ୍ରୋ। ଏକା ସଙ୍ଗେ ମହାକାଶକୁ ପଠାଇଲା ୩୬ଟି ସାଟେଲାଇଟ୍। ଇସ୍ରୋର ୱାନ୍ ୱେବ୍-୨ ମିଶନ୍ ଜରିଆରେ ମହାକାଶକୁ ୩୬ ସାଟେଲାଇଟ୍ ପଠାଇଛି।

ପୁଣି ଇତିହାସ ରଚିଲା ଇସ୍ରୋ । ଏକାସାଙ୍ଗରେ ୩୬ଟି ସାଟେଲାଇଟ୍ ଉତକ୍ଷେପଣ କଲା ଇସ୍ରୋ । ଚେନ୍ନାଇ ଶ୍ରୀହରିକୋଟାରୁ ହେଲା LVM3ର ଉତକ୍ଷେପଣ । LVM3 ରକେଟ୍ ଜରିଆରେ ଛଡ଼ାଗଲା ଏକାଥରେ ୩୬ଟି ଉପଗ୍ରହ। ଓ୍ଵାନ ୱେବ-୨ ମିଶନ ଜରିଆରେ ମହାକାଶକୁ ଛଡ଼ା ଯାଇଛି ୩୬ଟି ଉପଗ୍ରହ।
ସତୀଶ ଧବନ ସ୍ପେସ୍ ସେଣ୍ଟରରୁ ଆଜି ସକାଳ ଠିକ୍ ୯ଟା ବେଳେ ଓ୍ଵାନ୍ ୱେବ -୨ ମିଶନରେ ମାର୍କ-୩ ରକେଟକୁ ଲଞ୍ଚ କରାଯାଇଥିଲା । ଏହା ହେଉଛି ଇସ୍ରୋର ସବୁଠୁ ଓଜନିଆ ରକେଟ୍ ।
#WATCH | Andhra Pradesh: The Indian Space Research Organisation (ISRO) launches India’s largest LVM3 rocket carrying 36 satellites from Sriharikota
(Source: ISRO) pic.twitter.com/jBC5bVvmTy
— ANI (@ANI) March 26, 2023
ସମୁଦାୟ ୫,୮୦୫ କିଲୋଗ୍ରାମ୍ ଓଜନର ଏହି ୱାନ୍ ୱେବ୍ ଜେନ୍-୧ ସାଟେଲାଇଟ୍ ଗୁଡ଼ିକୁ ମହାକାଶରେ ୮୭.୪ ଡିଗ୍ରୀ ଅଣେଇ ରଖାଯାଇ ୪୫୦ କିଲୋମିଟର୍ ବୃତ୍ତାକାର କକ୍ଷପଥରେ ସ୍ଥାପନ କରାଯିବ। ଏହି ୩୬ଟି ସାଟେଲାଇଟ୍ର ମୋଟ ଓଜନ ୫ ହଜାର ୮୦୫ କିଲୋଗ୍ରାମ । ଇସ୍ରୋର ବ୍ୟାବସାୟିକ ୟୁନିଟ୍ ତରଫରୁ ଦ୍ୱିତୀୟ ଥର ପାଇଁ ଏଭଳି ସାଟେଲାଇଟ୍ ଛଡ଼ା ଯାଇଛି । ଯେଉଁଥିରେ ଭାରତ ସମେତ, ଜାପାନ, ଫ୍ରାନ୍ସ ଆଦି ୬ଟି ଦେଶର ଭାଗିଦାରୀ ରହିଛି । ଏହି ୩୬ଟି ସାଟେଲାଇଟ୍ ଆର୍ଥ ଅରବିଟରେ ସ୍ଥାପିତ ହେଲେ ବିଶ୍ୱର କୋଣ କୋଣରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଆହୁରି ଦୃଢ଼ ହେବ ।
‘ୱାନୱେବ କହିଛି ଯେ, ୧୮ ତମ ସାଟେଲାଇଟ୍ ଲଞ୍ଚ କାର୍ଯ୍ୟ ଶେଷ ହୋଇଛି। ଆହୁରି ୩୬ ଟି ଉପଗ୍ରହ ଉତକ୍ଷେପଣ ସହିତ ପୃଥିବୀର କକ୍ଷପଥରେ ସ୍ଥାପିତ ଆମର ଉପଗ୍ରହ ସଂଖ୍ୟା ୬୧୬ କୁ ବୃଦ୍ଧି ପାଇବ ।