ଦେଶ ବିଦେଶ

ବେଙ୍ଗାଲୁରୁ: ISRO ବୈଜ୍ଞାନିକଙ୍କ ସହ ଅଭଦ୍ରାମୀ, ଅଫିସ୍‌ ଯାଉଥିବା ବେଳେ ସ୍କୁଟି ଚାଳକ କଲେ ଆକ୍ରମଣ…ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଜଣେ ବୈଜ୍ଞାନିକ ବେଙ୍ଗାଲୁରୁ ରାସ୍ତାରେ ଅଭଦ୍ରାମୀର ଶିକାର ହୋଇଛନ୍ତି। ବୈଜ୍ଞାନିକ ଜଣକ ହେଲେ ଆଶିଷ ଲାମ୍ବା। ଆଶିଷ ଅଫିସ୍‌ ଯାଉଥିବା ବେଳେ ଜଣେ ସ୍କୁଟର ଚାଳକ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହି ପୂରା ଘଟଣା ବୈଜ୍ଞାନିକଙ୍କ କାର୍‌ର ଡ୍ୟାସ୍‌ବୋର୍ଡରେ ଲାଗିଥିବା କ୍ୟାମେରାରେ ରେକର୍ଡ ହୋଇଛି। ଆଶିଷ ଭିଡିଓ ସେୟାର କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଘଟଣା ଅଗଷ୍ଟ ୨୯ ତାରିଖ ସକାଳ ୯ଟା ୩ ମିନିଟ୍‌ର ବୋଲି କୁହାଯାଉଛି। ସୂଚନା ମୁତାବକ, ଇସ୍ରୋ ବୈଜ୍ଞାନିକ ଆଶିଷ ଲାମ୍ବା ସକାଳେ ଅଫିସ୍‌ ଯାଉଥିଲେ। ଏହି ସମୟରେ ସେ ରୋଡ୍‌ ରେଜ୍‌ର ଶିକାର ହୋଇଥିଲେ। ଆଶିଷ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଘଟଣା ବିଷୟରେ ବର୍ଣ୍ଣନା କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହି ଘଟଣା ବେଙ୍ଗାଲୁରୁର ପୁରୁଣା ବିମାନବନ୍ଦର ରୋଡ୍‌ରେ ନବନିର୍ମିତ ଏଚ୍‌ଏଏଲ୍‌ ଅଣ୍ଡରପାସ୍‌ ନିକଟରେ ଘଟିଛି। ଡ୍ୟାସ୍‌କ୍ୟାମରେ ରେକର୍ଡ ଭିଡିଓରେ ଦେଖାଯାଉଛି କି, ବିନା ହେଲ୍‌ମେଟରେ ଜଣେ ସ୍କୁଟର ଚାଳକ କାର୍‌ ସାମ୍ନାରେ ଆସି ଅଟକୁଛନ୍ତି। ଯୁବକ ଜଣକ ପ୍ରଥମେ କାର୍‌କୁ ସାଇଡ୍‌ ମାରି ଏହା ସାମ୍ନାକୁ ଚାଲି ଆସିଥିଲେ, ଯାହାଫଳରେ ଆଶିଷଙ୍କୁ ହଠାତ୍‌ ବ୍ରେକ୍‌ ମାରିବାକୁ ପଡ଼ିଥିଲା।

କାର୍‌ ରାସ୍ତାରେ ଅଟକିବା ପରେ ଯୁବକ ଜଣକ ଗାଳିଗୁଲଜ କରିବାକୁ ଲାଗିଥିଲେ। ସେ କାର୍‌ର ବନେଟ୍‌କୁ ମଧ୍ୟ ଗୋଇଠା ମାରିଥିଲେ। ଏହାପରେ ସେଠାରୁ ସେ ଚାଲିଯାଇଥିଲେ। ସେପଟେ ଘଟଣା ସମ୍ପର୍କରେ ବୈଜ୍ଞାନିକ ଆଶିଷ ଲାମ୍ବା ବେଙ୍ଗାଲୁରୁ ସିଟି ପୋଲିସକୁ ଅବଗତ କରାଇଛନ୍ତି।

Roshni

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

22 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

24 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

46 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

50 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

1 hour ago