ଇତିହାସ ରଚିଲା ଭାରତ, ଇସ୍ରୋ ଲଞ୍ଚ୍ କଲା ସ୍ପେଡେକ୍ସ ମିଶନ
ବର୍ଷ ଶେଷରେ ନୂଆ ଇତିହାସ ରଚିଲା ଭାରତ । ଇସ୍ରୋ ଲଞ୍ଚ୍ କଲା ସ୍ପେଡେକ୍ସ ମିଶନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟକୁ ସୋମବାର ପିଏସ୍ଏଲଭି ରକେଟ୍ ଜରିଆରେ ଆନ୍ଧ୍ର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଉତକ୍ଷେପଣ କରାଯାଇଛି ।
ଗତକାଲି ରାତି ୧୦ଟା ୧୫ ସେକେଣ୍ଡରେ ଉତକ୍ଷେପଣ ହୋଇଛି । ପିଏସଏଲଭି -ସି ୬୦ ରକେଟରୁ ଦୁଇଟି ସ୍ପେସକ୍ରାଫ୍ଟକୁ ପୃଥିବୀରୁ ୪୭୦ କିଲୋମିଟର ଉପରେ ଅବସ୍ଥାପିତ କରାଯାଇଛି । ଏହି ମିଶନରେ ମହାକାଶରେ ବୁଲେଟ ବେଗରୁ ୧୦ ଗୁଣ ଅଧିକ ସ୍ପିଡରେ ଗତି କରୁଥିବା ଦୁଇଟି ସ୍ପେସକ୍ରାଫ୍ଟକୁ ୧୦ ଦିନରେ ପରସ୍ପର ସହ ଯୋଡ଼ାଯିବ । ୨୨୦ କିଲୋ ଓଜନର ଚେଜର ଓ ଟାର୍ଗେଟ ସ୍ପେଶ୍ କ୍ରାଫ୍ଟକୁ ଯୋଡ଼ିବ । ମହାକାଶ ବିଜ୍ଞାନୀଙ୍କ ଭାଷାରେ ଏହାକୁ ଡକିଂ କୁହାଯାଏ । ଚନ୍ଦ୍ରଯାନ-୪ ପାଇଁ ଡକିଂ ଜରୁରୀ ।
ପୂରା ପ୍ରକ୍ରିୟା ୬୬ ଦିନ ଭିତରେ ସାରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଏଥିସହ ଗତକାଲି ଭୂପୃଷ୍ଠରୁ ୩୫୦ କିଲୋମିଟର ଉଚ୍ଚତାରେ ପଏମ୍-4 ମଡ୍ୟୁଲର ୨୪ଟି ପେ ଲୋଡ୍ ବି ଅବସ୍ଥାପିତ କରିଛି ଇସ୍ରୋ । ଜାନୁଆରୀ ୭ ତାରିଖ ସୁଦ୍ଧା ଡକିଂର ସମ୍ଭାବନା ରହିଛି । ଭାରତ ପାଇଁ ଏହା କୌଣସି ଐତିହାସିକ ଅବସରଠାରୁ କମ୍ ନୁହେଁ । ଯଦି ଏହି ମିଶନ ସଫଳ ହୁଏ ତେବେ ରୁଷିଆ, ଆମେରିକା ଓ ଚୀନ ପରେ ମହାକାଶ ଡକିଂ ହାସଲ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହେବ ।