ଇସ୍ରୋ ରଚିଲା ଇତିହାସ, ସଫଳ ହେଲା ସ୍ପେଶ ଡକିଂ

ମହାକାଶରେ ଇତିହାସ ରଚିଲା ଇସ୍ରୋ । ସଫଳ ହେଲା ମିଶନ ସ୍ପାଡେକ୍ସ । ଦୁଇ ସାଟେଲାଇଟ ଚେଜର ଓ ଟାର୍ଗେଟକୁ ସଫଳତାର ସହ ଡକିଂ କରିଛି ଇସ୍ରୋ । ଏହା ଭାରତ ପାଇଁ ଏକ ଐତିହାସିକ ସଫଳତା । ଡକିଂ ପୂର୍ବରୁ ଆଜି ସିରିଜ ମାନ୍ୟୁଭର ହୋଇଥିଲା । ଏହି ସଫଳତା ସହ ସ୍ପେସ୍ ଡକିଂ କ୍ଷେତ୍ରରେ ବିଶ୍ବର ଚତୁର୍ଥ ଦେଶ ହୋଇଛି ଭାରତ । ପୂର୍ବରୁ ଚୀନ, ରୁଷ ଓ ଆମେରିକା ଏହି ସଫଳତା ହାସଲ କରି ସାରିଛନ୍ତି ।
ଇସ୍ରୋ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛି କି, ଭାରତ ଅନ୍ତରୀକ୍ଷ ଇତିହାସରେ ନିଜ ନାମ ଲେଖିଛି । ସ୍ପାଡେକ୍ସ ମିଶନରେ ଐତିହାସିକ ଡକିଂ ସଫଳତା ହାସଲ କରିଛି । ଏହି ମୁହୂର୍ତ୍ତ ଦେଖି ଗର୍ବ ଅନୁଭୂତ ହେଉଛି ।
India docked its name in space history! 🌄
Good Morning India 🇮🇳!
ISRO’s SpaDeX mission accomplishes historic docking success. Proud to witness this moment! 🛰️🛰️✨ #ISRO #SpaDeX #ProudIndia pic.twitter.com/aVWCY7XRdN
— ISRO InSight (@ISROSight) January 16, 2025
ପୂର୍ବରୁ ଦୁଇ ଥର ସ୍ପେସ୍ ଡକିଂ ସ୍ଥଗିତ ରଖିଥିଲା ଇସ୍ରୋ । ଅତି ନିକଟବର୍ତ୍ତୀ ହୋଇ ପୁଣି ସୁରକ୍ଷିତ ବ୍ୟବଧାନକୁ ଫେରି ଯାଇଥିଲେ ଦୁଇ ସାଟେଲାଇଟ୍ । ସ୍ପେଶ ଡକିଂ ପ୍ରଯୁକ୍ତି ମାଧ୍ୟମରେ ମହାକାଶଚାରୀ ଓ ମହାକାଶରେ ବ୍ୟବହାର ହେବାକୁ ଥିବା ଜରୁରୀ ଉପକରଣ ଗୋଟିଏ ମହାକାଶ ଯାନରୁ ଆଉ ଗୋଟିଏ ମହାକାଶ ଯାନକୁ ଯାଇପାରିବ । ସ୍ପେଶ ଡକିଂ ମାଧ୍ୟମରେ ମହାକାଶଚାରୀମାନେ ବିଭିନ୍ନ ମହାକାଶ ଯାନରେ ଯାତ୍ରା କରିପାରିବେ ।
ଗତ ଡିସେମ୍ବର ୩୦ ତାରିଖରେ ଇସ୍ରୋ ପକ୍ଷରୁ ସ୍ପେଡେକ୍ସ ମିଶନ ଲଂଚ ହୋଇଥିଲା । ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି ସି-୬୦ ରକେଟ ମାଧ୍ୟମରେ SDX01 ଚେଜର ଓ SDX02 ଟାର୍ଗେଟ ସାଟେଲାଇଟ ଉତକ୍ଷେପଣ ହୋଇଥିଲା । ୨୨୦ କିଲୋଗ୍ରାମ ଓଜନର ଦୁଇଟି ସାଟେଲାଇଟ୍ ୪୭୫ କିଲୋମିଟର କକ୍ଷପଥକୁ ଉତକ୍ଷେପଣ ହୋଇଥିଲା । ସଫଳ ସ୍ପେସ୍ ଡକିଂ ଚନ୍ଦ୍ରାୟନ-୪ ଓ ଗଗନାୟନ ପାଇଁ ରାସ୍ତା ପରିସ୍କାର କରିଛି ।
Also Read : ଇତିହାସ ରଚିଲା ଭାରତ, ଇସ୍ରୋ ଲଞ୍ଚ୍ କଲା ସ୍ପେଡେକ୍ସ ମିଶନ