୨୦୨୦ରେ ସୂର୍ଯ୍ୟର ନିକଟବର୍ତ୍ତୀ ହେବାକୁ ପ୍ରସ୍ତୁତ କରୁଛି ଇସ୍ରୋ! ଗଗନୟାନ ସହିତ ଅନେକ ଉପଗ୍ରହ ହେବ ଲଞ୍ଚ

ନୂଆଦିଲ୍ଲୀ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)୨୦୨୦ରେ ଆଦିତ୍ୟ ଏବଂ ଗଗନୟାନ ସହିତ ବହୁ ମିଶନ ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛି । ଇସ୍ରୋ ୨୦୨୦ରେ ବହୁ ବଡ ଲକ୍ଷ୍ୟ ନିର୍ଦ୍ଧାରିତ କରିଛି । ଆଦିତ୍ୟ ମିଶନ ଜରିଆରେ ଇସ୍ରୋ ଯେଉଁଠି ସୂର୍ଯ୍ୟ ନିକଟକୁ ଡେଇଁବା ପାଇଁ ଚେଷ୍ଟା କରିବ ଅନ୍ୟପଟେ ଗଗନୟାନ ମିଶନ ଦ୍ୱାରା ଭାରତୀୟ ଯାତ୍ରୀଙ୍କୁ ଅନ୍ତରୀକ୍ଷ ପଠାଇବା ପାଇଁ ପ୍ରସ୍ତୁତ କରୁଛି । ଏହାବ୍ୟତିତ ଇସ୍ରୋ ଚଳିତ ବର୍ଷ ବହୁ ସାଟେଲାଇଟ୍‌ ଗୁଡିକୁ ମଧ୍ୟ ଲଞ୍ଚ କରିବ । ଏନେଇ ଇସ୍ରୋର ଚେୟାରମ୍ୟାନ୍‌ କେ.ସିବନ୍‌ କହିଛନ୍ତି କି,୨୦୨୦ରେ ଅତି କମରେ ୧୦ଟି ସାଟେଲାଇଟ୍‌ ଲଞ୍ଚ କରାଯିବ ।

ଇସ୍ରୋ ଯେଉଁ ସାଟେଲାଇଟ୍‌ ଲଞ୍ଚ କରିବ ସେମାନଙ୍କ ମଧ୍ୟରେ ଆଡଭାନ୍ସ କମ୍ୟୁନିକେସନ୍‌ ସାଟେଲାଇଟ୍‌ GSAT 1, GSAT 12R, ରିମୋଟ ସେନସିଙ୍ଗ୍‌ RISAT 2BR2 ଏବଂ ମାଇକ୍ରୋ ଫର୍‌ ସରଭିଲାନ୍ସ ସାମିଲ୍‌ ରହିଛି । ଆଦିତ୍ୟ ଏଲ୍‌୧ ମିଶନକୁ ୨୦୨୦ ମଧ୍ୟଭାଗ ଭିତରେ ଲଞ୍ଚ କରିବାକୁ ଯୋଜନା କରାଯାଇଛି । ଏହି ମିଶନ ପୃଥିବୀର ଜଳବାୟୁ ପରିବର୍ତ୍ତନକୁ ବୁଝିବ ଏବଂ ଭବିଷ୍ୟବାଣୀ କରିବା ଭଳି ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ।

ସେହିପରି ମିଶନ ଗଗନୟାନ ପାଇଁ ପ୍ରଥମ ଟେଷ୍ଟ ଫ୍ଲାଇଟକୁ ଡିସେମ୍ବରକୁ ଲଞ୍ଚ କରାଯିଏ । ଗଗନାୟାନ ଭାରତର ପ୍ରଥମ ମାନବ ଅନ୍ତରିକ୍ଷ ମିଶନ ଯାହା ଇସ୍ରୋ ଦ୍ୱାରା ଡିସେମ୍ବର ୨୦୨୧ ଭିତରେ ଉତକ୍ଷେଣ ହେବାର ଲକ୍ଷ ରଖାଯାଇଛି । ଇସ୍ରୋ ଭାରତୀୟ ବାୟୁସେନା ସହିତ ମିଶି ଏଥିପାଇଁ କାମ କରୁଛି।

ଏହାସହିତ ଇସ୍ରୋ ନୂଆ ବର୍ଷରେ ଚନ୍ଦ୍ରାୟାନ-୨ର ଅସଫଳତାକୁ ଭୁଲିବା ପାଇଁ ଚନ୍ଦ୍ରୟାନ-୩ ପ୍ରସ୍ତୁତିରେ ଲାଗିଛି । ଯାହାକୁ ଇସ୍ରୋ ନଭେମ୍ବର ୨୦୨୦ରେ ଲଞ୍ଚ କରିବାର ଯୋଜନା କରିଥିବା ଏକ ରିପୋର୍ଟରୁ ସୂଚନା ମିଳିଛି । ଏହି ଅଭିଯାନ ସାହାର୍ଯ୍ୟରେ ଇସ୍ରୋ ଚନ୍ଦ୍ରାୟାନ-୨ରେ ଯାହା ଲକ୍ଷ୍ୟ ରଖିଥିଲା ତାହାକୁ ଜାରି ରଖିବାକୁ ଚେଷ୍ଟା କରିବ । ଏହାସହିତ ୨୦୨୦ରେ ଇସ୍ରୋ ବ୍ରହ୍ମାଣ୍ଡୀୟ ବିକିରଣର ଅଧ୍ୟୟନ କରିବା ପାଇଁ ଏକ୍ସପୋସେଟ୍‌ ମଧ୍ୟ ଲଞ୍ଚ କରିବ ।

Sonalisa

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

2 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

11 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

11 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

28 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

29 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

33 mins ago