ଉପଗ୍ରହ ଉତକ୍ଷେପଣରେ ଇସ୍ରୋର ଶତକ, ଶ୍ରୀହରିକୋଟାରୁ ଲଞ୍ଚ ହେଲା ନାଭିଗେସନ ସାଟେଲାଇଟ୍ NVS-02

ଉପଗ୍ରହ ଉତକ୍ଷେପଣରେ ଇସ୍ରୋର ଶତକ । ଦେଶର ମହାକାଶ ଗବେଷଣା କ୍ଷେତ୍ରରେ ସ୍ଥାପନ ହେଲା ନୂଆ ମାଇଲ ଖୁଣ୍ଟ । NVS-୦୨ ସାଟେଲାଇଟର ସଫଳ ଉତ୍ କ୍ଷେପଣ କରିଛି ଇସ୍ରୋ । ସକାଳ ୬ଟା ୨୩ରେ ନାବିକ୍-ଟୁ ମିଶନ ଲଞ୍ଚ ହୋଇଛି । ଶ୍ରୀହରିକୋଟାରୁ ଜିଏସଏଲଭି ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି । ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ନ୍ୟାଭିଗେସନ ସାଟେଲାଇଟ୍ NVS-02 ଲଂଚ କରି ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ନାଭିକ ହେଉଛି ଭାରତର ରିଜିଓନାଲ ନାଭିଗେସନ ସାଟେଲାଟ୍ ସିଷ୍ଟମ । ଏହା ଆମେରିକାର ଜିପିଏସ୍ ଭଳି କାର୍ଯ୍ୟ କରେ।

କାରଗିଲ ଯୁଦ୍ଧ ବେଳେ କାଶ୍ମୀରର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଜିପିଏସ୍ କାର୍ଯ୍ୟକ୍ଷମ ହୋଇନପାରିବାରୁ ଭାରତୀୟ ସେନାକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହାପରେ ଭାରତ ସରକାର ଦେଶର ନିଜସ୍ୱ ଜିପିଏସ୍ ପ୍ରଚଳନ ପାଇଁ ନିଷ୍ପତ୍ତି ନେଇଥିଲେ । ଏହା କାର୍ଯ୍ୟକାରୀ ହେବା ପରେ ଯାନବାହନ, ଉଡ଼ାଜାହାଜ, ଜଳଜାହାଜ, ମୋବାଇଲ୍‌ ଫୋନ୍‌ ଆଦିର ଅବସ୍ଥିତି ନିରୂପଣ କରିବା ଅଧିକ ସହଜ ହୋଇପାରିବ । ଏହାସହ ପରିବେଶ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ସହ ଭୌଗୋଳିକ ସୂଚନା ଆଦି କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ୧୯୭୯ ମସିହା ଅଗଷ୍ଟ ୧୦ ତାରିଖରୁ ଭାରତର ମହାକାଶ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ଲଞ୍ଚର ୪୬ ବର୍ଷ ପରେ ଭାରତ ଶହେତମ ସାଟେଲାଇଟ୍ ଲଂଚ କରିଛି।

 

 

ଆହୁରି ପଢନ୍ତୁ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ‘ଗୁରୁ’ ମାଫିଆ ସୁଭାଷ ଠାକୁର ଜେଲ୍ ସ୍ଥାନାନ୍ତର, ରୋଗ ବାହାନାରେ ୫ ବର୍ଷ ଧରି…