ମହଙ୍ଗା ପଡ଼ିଲା ମହିଳା ସହକର୍ମୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା, ଅଫିସ ଭିତରେ ହିଁ ନିର୍ଦ୍ଧୁମ ଛେଚିଲେ କର୍ମଚାରୀ

ମହଙ୍ଗା ପଡ଼ିଲା ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା। ଅଫିସରେ ସବୁ ମହିଳା ମିଶି ଯୁବକଙ୍କୁ ଦେଲେ ପାନେ। ସବୁବେଳେ ଖରାପ ଭାଷା ବ୍ୟବହାର କରି ମହିଳାଙ୍କୁ ବେଇଜ୍ଜତ କରୁଥିବା ଜଣେ ଆଇଟି ସହାୟକଙ୍କୁ ଅଫିସରେ ହିଁ ପିଟିଲେ ମହିଳା। ଏଥିସହ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଏଭଳି ମାମଲା ଦେଖିବାକୁ ମିଳିଛି ବିହାରର ମୋତିହାରୀଠାରେ।

ମୋତିହାରୀର ମହିଳା ବିକାଶ ମିତ୍ର ଅଫିସର ଆଇଟି ସହାୟକ ଓମ୍‌ ପ୍ରକାଶ ଗୁପ୍ତା ସବୁବେଳେ ମହିଳା କର୍ମଚାରୀଙ୍କ ସହ ଅଶ୍ଳୀଳ କାମ କରୁଥିଲେ। ସେ ମହିଳାଙ୍କ ପାଇଁ ଅଶୋଭନୀୟ ଭାଷା ମଧ୍ୟ ବ୍ୟବହାର କରୁଥିବା ନେଇ ଅଭିଯୋଗ ଆସିଛି। ବାରମ୍ବାର ଓମ୍‌ ପ୍ରକାଶ ଏଭଳି ବ୍ୟବହାର କରୁଥିବାରୁ ମହିଳାମାନେ ତାଙ୍କୁ ଅଫିସରେ ହିଁ ନିର୍ଦ୍ଧୁମ୍‌ ପିଟିଛନ୍ତି।

ଓମ୍‌ଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ ପଞ୍ଚାୟତର ବିକାଶ କାର୍ଯ୍ୟ ସହ ଜଡ଼ିତ ମାମଲା ସହ ଆୟ, ଜାତି ଓ ଆବାସ ପ୍ରମାଣ ପତ୍ର ପାଇଁ ଆସୁଥିବା ଲୋକଙ୍କୁ ମଧ୍ୟ ଅଶ୍ଳୀଳ ଇଙ୍ଗିତ କରିଥାନ୍ତି। ଏଥିସହ ଜାଣିଶୁଣି ତାଙ୍କ କାମ ବିଳମ୍ବରେ କରିଥାନ୍ତି। ଫଳରେ ଲୋକଙ୍କୁ ବାରମ୍ବାର ଅଫିସକୁ ଦୌଡ଼ିବାକୁ ପଡ଼ିଥାଏ। ତେବେ ଏହି ଘଟଣା ପରେ ଓମ୍‌ ପ୍ରକାଶଙ୍କୁ ଅଫିସରୁ ହଟାଇବାକୁ ବିଡିଓଙ୍କ ନିକଟରେ ଦାବି କରାଯାଇଥିବା ଜଣାଯାଇଛି।

You might also like