ଗଲଓ୍ଵାନ ସଂଘର୍ଷକୁ ପୂରିଲା ୨ ବର୍ଷ,ସହିଦ ହୋଇଥିଲେ ୨୦ ଭାରତୀୟ ଯବାନ

କେନ୍ୟୁଜ୍(ବ୍ୟୁରୋ):  ଗଲଓ୍ଵାନରେ ଭାରତ-ଚୀନ ସଂଘର୍ଷକୁ ଆଜି ୨ ବର୍ଷ ପୂରିଛି । ୨୦୨୦ ମସିହା ଜୁନ୍‌ ୧୫ ତାରିଖରେ LACରେ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଭାରତୀୟ ସେନାର ଜବାବ କାର୍ଯ୍ୟାନୁଷ୍ଠାନରେ ଚୀନର ୩୮ରୁ ୪୦ ଜଣ ସୈନ୍ୟ ନିହତ ହୋଇଥିଲେ । ଗତ ୫୦ ବର୍ଷ ଭିତରେ ପୂର୍ବ ଲଦାଖର ଗଲଓ୍ଵାନରେ ଭାରତ-ଚୀନ ମଧ୍ୟରେ ବଡ ସଂଘର୍ଷ ହୋଇଥିଲା । କର୍ଣ୍ଣେଲ ବି. ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଚୀନକୁ କଡା ଜବାବ ଦେଇଥିଲା ଭାରତ । ପରାକ୍ରମ ପାଇଁ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ର ପଦାନ କରାଯାଇଛି ।

ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା । ସଂଘର୍ଷ ପରେ ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ କର୍ପସ୍‌ କମାଣ୍ଡୋସ୍ତରୀୟ ୧୪ ରାଉଣ୍ଡ ଆଲୋଚନା ହୋଇଛି । ଗତ ମେ ୩୧ ତାରିଖରେ ଉଭୟ ଦେଶ ମଧ୍ୟରେ ୧୪ ତମ କଥାବାର୍ତ୍ତା ହୋଇଥିଲା । ଆଲୋଚନା ପରେ ଗୋଗ୍ରା ଓ ହଟସ୍ପିଙ୍ଗ ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ପ୍ରତ୍ୟାହାର ସରିଛି । ତେବେ ପାଙ୍ଗଙ୍ଗ୍‌ ହ୍ରଦ ନିକଟରେ ଉଭୟ ଦେଶର ୬୦ ହଜାର ସୈନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ମୁତୟନ ଅଛନ୍ତି । ଗଲଓ୍ଵାନ ସଂଘର୍ଷ ପରେ ଭାରତ-ଚୀନ ସମ୍ପର୍କ ବିଗିଡିବାରେ ଲାଗିଛି । ଚୀନର ବହୁ ଆପ୍‌କୁ ବ୍ୟାନ କରିଛି ଭାରତ । ପରିସ୍ଥିତି ସୁଧାର ପାଇଁ ଗତ ମାର୍ଚ୍ଚ ୨୪ ତାରିଖରେ ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ. ୟି ଭାରତ ଗସ୍ତରେ ଆସିଥିଲେ । ଏପଟେ ଚୀନକୁ ମାତ ଦେବାକୁ କ୍ୱାଡ୍‌ ସମ୍ମିଳନୀରେ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ରଣନୀତି ପ୍ରସ୍ତୁତ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.