ଦୁନିଆର ଏପରି ଦେଶ, ଯେଉଁଠି ଲୋକଙ୍କ ମୃତ୍ୟୁକୁ ଅବୈଧ ଘୋଷଣା କରାଯାଇଛି

ଯାହାର ଜନ୍ମ ଅଛି ତାର ମୃତ୍ୟୁ ମଧ୍ୟ ସୁନିଶ୍ଚିତ। ଏହା ଉପରେ ଭଗବାନଙ୍କର ବଳ ବି କାମ ଦିଏନି। ଭାଗ୍ୟରେ ଯେତେବେଳେ ଯାହା ଲେଖାହୋଇଛି ତାହା ସେତେବେଳେ ହୋଇକି ରହିବ। କିନ୍ତୁ ଆଜି ଆମେ ଦୁନିଆର ଏମିତି ଏକ ଖବର ସମ୍ପର୍କରେ କହିବୁ ଯାହାକୁ ଶୁଣିଲେ ହୁଏତ ଆପଣ କହିବେ ଏହା କିପରି ସମ୍ଭବ। ଏହି ସ୍ଥାନରେ ମୃତ୍ୟୁକୁ ଅବୈଧ ବୋଲି ମନାଯାଏ। ମାନେ ଏଠି କେହିବି ମରିପାରିବେ ନାହିଁ।

ଦୁନିଆର ଏଭଳି ନିରାଟ ସତ୍ୟକୁ ଅସ୍ୱିକାର କରିଛି ଏହି ଦେଶ। ଯାହାକୁ ସେ ନିଜ ଆଇନରେ ଅବୈଧ କରିଛି। ଏଠାରେ ଲୋକଙ୍କ ମୃତ୍ୟୁକୁ ନେଇ ରହିଛି ଏଭଳି କଡ଼ା ନିୟମ। ଏହି ଦେଶର ନିୟମ ଅନୁଯାୟୀ ମରିବାକୁ illegal କୁହାଯାଇଛି। ଜାପାନରେ ରହିିଛି ଏଭଳି ଅଜବ ନିୟମ। ଜାପାନୀ ଦ୍ୱିପ ଇଟ୍ସୁକୁସିମାକୁ ଏକ ପବିତ୍ର ସ୍ଥାନ ରୂପେ ଗଣାଯାଏ ।୧୮୬୮ ମସିହା ପର୍ଯ୍ୟନ୍ତ ଏଠାରେ ଜନ୍ମ ଓ ମୃତ୍ୟୁ ଉଭୟ ପାଇଁ ଅନୁମତି ନଥିଲା। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏଠାରେ ଏପର୍ଯ୍ୟନ୍ତ କୋଣସି ମଶାଣି କିମ୍ବା ଡାକ୍ତରଖାନା ନାହିଁ।

ତେବେ ପାଖରେ ଥିବା ଲେଞ୍ଜାରେନର ସ୍ଥାନୀୟ କବ୍ରିସ୍ଥାନ ବା ମଶାଣିରେ ଭିଡ଼ ଜମୁଥିଲା। ଯାହା କାରଣରୁ ଗ୍ରୋନାଡା ପ୍ରାନ୍ତ ଗାଁର ମେୟର ୧୯୯୯ ମସିହାରେ ମୃତ୍ୟୁ ଉପରେ ରୋକ ଲଗାଇଥିଲେ। କେବଳ ଏତିକି ନୁହେଁ ବରଂ ଏଠାରେ ବସବାସ କରୁଥିବା ୪ହଜାର ଅଧିବାସୀଙ୍କୁ ଜୀବିତ ରହିବାର ନିର୍ଦ୍ଦେଶ ଦିଆଯାଇଥିଲା। ମୃତ୍ୟୁ ସଂଖ୍ୟା ଏପରି ଭାବେ ବୃଦ୍ଧି ପାଉଥିଲା ଯେ ସରକାର ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ।

୨୦୦୭ ମସିହାରେ କଗନକ୍ସର ମେୟର ଏଠାରେ ନୂଆ ମଶାଣି କରିବାର ଅନୁମତି ପାଇବାରେ ବିଫଳ ଥିଲେ । ଏହାପରେ ମୃତ୍ୟୁ ଉପରେ ପ୍ରତିବନ୍ଧ ଲାଗିଥିଲା। ସହରର ଜନସଂଖ୍ୟା ପାଖାପାଖି ୧୭ ହଜାର।

world
pc: docu sign

ଲଙ୍ଗଇୟରବେନ ନାର୍ବି ଏକ ଛୋଟ ସହର। ଯାହା କୋଇଲା ଖନନ ପାଇଁ ପ୍ରସିଦ୍ଧ। ଆର୍କଟିକ ସର୍କଲ ବା ଉତ୍ତର ଗୋଲାର୍ଦ୍ଧ ରେଖା ପାଖରେ ଥିବା କାରଣରୁ ଏଠାରେ ତାପମାତ୍ରା ସବୁବେଳେ କମ ରହିଥାଏ। ବରଫ ପାତ ପ୍ରାୟ ସମୟରେ ହୋଇଥାଏ ।ଏହାସହ ମୃତ ଶରୀର ଖରାପ ହେବାକୁ ରୋକିଥାଏ । ଏହାଦ୍ୱାରା ବ୍ୟାକ୍ଟେରିଆ ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ। ତେଣୁ ଏହି ସ୍ଥାନରେ ଏସବୁକୁ ରୋକିବା ପାଇଁ ଅବୈଧ ବୋଲି କୁହାଯାଇଛି। ଯଦି ଏହି ସମୟରେ କେହି ମରିବା ସ୍ଥିତିରେ ଥାନ୍ତି ତେବେ ତାଙ୍କୁ ଅନ୍ୟ ସ୍ଥାନକୁ ନିଆଯାଇଥାଏ। ଯେଉଁଠାରେ ଏଭଳି କଡ଼ା କାନୁନ ରହିନଥାଏ । ବର୍ଷ ୨୦୦୦ ରେ ମେୟର ପର୍ଯ୍ୟାବରଣ ସମ୍ବନ୍ଧ ଚିନ୍ତାକୁ ଦୂର କରିବା ପାଇଁ ମଶାଣି ବା କବ୍ରସ୍ତାନର ଅନୁମତି ନମିଳିବା କାରଣରୁ ଏଭଳି କାନୁନ କରିବାକୁ ସେ ବାଧ୍ୟ ହୋଇଥିଲେ । ଏହି ନିୟମ ଅନ୍ତର୍ଗତ କୌଣସି ଲୋକ ସହର ଭିତରେ ମରିପାରିବେ ନାହିଁ। ମୃତ ବ୍ୟକ୍ତିକୁ ସହର ବାହାରକୁ ନେଇ ତାଙ୍କ ଅନ୍ତିମ ସଂସ୍କାର କରାଯିବ।

Leave A Reply

Your email address will not be published.