ଆୟକର ବିଭାଗ ପଞ୍ଝାରେ କଲ୍‌କୀ ଭଗବାନ, ପାଞ୍ଚ ଶହ କୋଟିରୁ ଅଧିକ ଟଙ୍କାର କଳାଧନ ଜବତ

ଆନ୍ଧ୍ରପ୍ରଦେଶର: ଅଳ୍ପ ସମୟ ବିରତି ପରେ ପୁଣି ଫେରିଲେ ଆଉ ଜଣେ ଆତ୍ମଘୋଷିତ ବାବା । କର୍ଣ୍ଣାଟକର ବେଙ୍ଗାଲୁରୁର ଏହି ବାବା ଜଣଙ୍କ ହେଉଛନ୍ତି କଲ୍‌କୀ ବାବା । ଯାହାଙ୍କ ଆଶ୍ରମରେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ୍ କରିଛି। ଏହି କଥିତ ଗୁରୁ ନିଜକୁ କଲକି ଭଗବାନ ବୋଲି କହିଥାନ୍ତି। ତାଙ୍କର ମୂଳ ନାମ ବିଜୟ କୁମାର। ସେ ବିଷ୍ଣୁଙ୍କ ୧୦ମ ଅବତାର ବୋଲି ନିଜ ଅନୁଗାମୀ ମାନଙ୍କୁ କୁହନ୍ତି ଏହି ବାବା ଜଣଙ୍କ।

ତେବେ ଆୟକର ବିଭାଗ ପଞ୍ଝାରେ ଏବେ କଲ୍‌କୀ ଭଗବାନ। ଆୟକର ବିଭାଗର ଚଢାଉ ବେଳେ ମିଳିଛି କୋଟି କୋଟି ଟଙ୍କାର ସଂପତ୍ତି। ଚଢ଼ାଉ ବେଳେ ବାବାଙ୍କର ପାଞ୍ଚ ଶହ କୋଟିରୁ ଅଧିକ ଟଙ୍କାର କଳାଧନ ଜବତ ହୋଇଛି। ଆନ୍ଧ୍ରପ୍ରଦେଶର ଚିତୋର ଆଶ୍ରମ ସହ ୪୦ଟି ଜାଗାରେ ଏକକାଳୀନ ଚଢାଉ କରିଥିଲା ଆୟକର ବିଭାଗ। କେବଳ ୪୩ କୋଟି ୯୦ ଲକ୍ଷର ନଗଦ ଟଙ୍କା ଜବତ କରାଯାଇଛି। ଏହା ସହ ପ୍ରାୟ ୧୮ କୋଟିର ବିଦେଶୀ ମୁଦ୍ରା ବି ମିଳିଛି। ଏକ ହଜାର ୨୭୧ କ୍ୟାରଟର ହୀରା ମଧ୍ୟ ଜବତ କରିଛି ଆୟକର ବିଭାଗ।

babaଚିତୋର ଆଶ୍ରମ ସହ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ଓ ଅନ୍ୟ ସହରରେ ଗତ ତିନିଦିନ ଧରି ଆୟକର ବିଭାଗ ଚଢଉ ଜାରି ରଖିଛି। ଧାର୍ମିକ ପ୍ରବଚନ ସହ ସମୃଦ୍ଧ ଜୀବନ ବଞ୍ଚିବାକୁ ଉପଦେଶ ଦେଇ କଲ୍‌କୀ ବାବା କଳାଧନ ଜମା କରିଥିବା ଅଭିଯୋଗ ରହିଛି। ବିଭିନ୍ନ ଆଶ୍ରମରେ ଆଦାୟ ହେଉଥିବା ଅର୍ଥ ରାଶିର କୌଣସି କାଗଜପତ୍ର ପ୍ରସ୍ତୁତ କରାନଯାଇ ଏହାକୁ ବିଦେଶରେ ବିଭିନ୍ନ ସଂସ୍ଥାରେ ନିବେଶ କରାଯାଉଥିବା ଯାଞ୍ଚରୁ ଜଣାପଡ଼ିଛି। ଆମେରିକା, ଚୀନ,ସିଙ୍ଗାପୁର, ସାଉଦୀ ଆରବ ଭଳି ରାଷ୍ଟ୍ରର ବିଭିନ୍ନ କଂପାନୀରେ ଏହି ଅର୍ଥ ବିନିଯୋଗ ହୋଇଥିବା ଜଣାପଡ଼ିଛି। ଅନେକ ସିନେ ତାରକା, ବଡ଼ ବଡ଼ ବ୍ୟବସାୟ ମଧ୍ୟ ତାଙ୍କର ଅନୁଗାମୀ ହୋଇଥିବା ଦେଖିବାକୁ ମିଳିଛି। ଏକ ଟ୍ରଷ୍ଟ କରି ତାଙ୍କ ସ୍ତ୍ରୀ ପଦ୍ମାବତୀ ଏବଂ ପୁଅ ଏନକେବି କୃଷ୍ଣାଙ୍କ ଦାୟିତ୍ୱ ଦେଇଥିବା ଜଣାପଡିଛି।
kalki

ସୂଚନାଥାଉକି, କଲକି ବାବା ତଥା ବିଜୟ କୁମାର ଏଲଆଇସିର ଜଣେ କିରାଣି ଭାବେ କାର‌୍ୟ୍ୟରତ ଥିଲେ। ୧୯୮୦ ପାଖାପାଖି ସେ ଜୀବାଶ୍ରମ ନାମରେ ଏକ କୋଚିଂ ସେଣ୍ଟର ଖୋଲିଥିଲେ। ଏହାପରେ ଚିତ୍ତୁରରେ ସେ ଏକ ବିଶ୍ୱବିଦ୍ୟାଳୟ ମଧ୍ୟ ଖୋଲିଥିଲେ। ୧୯୯୦ ବେଳକୁ ନିଜକୁ ଭଗବାନଙ୍କ ଅବତାର ବୋଲି ତାଙ୍କ ଅନୁଗାମୀ ମାନଙ୍କୁ କହି ଲୋକଲୋଚନକୁ ଆସିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.