ଆପ୍ ମନ୍ତ୍ରୀଙ୍କ ଲକରରୁ ଆଉ ୨୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ

ନୂଆଦିଲ୍ଲୀ : ଆୟକର ଜାଲରେ ଫସିଛନ୍ତି ଦିଲ୍ଲୀର ମନ୍ତ୍ରୀ କୈଳାସ ଘେଲଟ । ସେ ଏବଂ ତାଙ୍କ ପତ୍ନୀଙ୍କର ଲକରରୁ ୨୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ କରିଛି ଆୟକର ବିଭାଗ । ଏପର୍ଯ୍ୟନ୍ତ ମନ୍ତ୍ରୀଙ୍କ ଘର ଉପରେ ଚଢ଼ାଉ କରି ଆୟକର ବିଭାଗ ମୋଟ ୨ କୋଟି ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ୩୭ ଲକ୍ଷ ଟଙ୍କା ଜବତ କରି ସାରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆପ୍ ସରକାରରେ ମନ୍ତ୍ରୀ ଥିବା କୈଳାସ ଘେଲଟଙ୍କର ଘର ସମେତ ୧୬ଟି ଜାଗାରେ ବିଭାଗର ଅଧିକାରୀମାନେ ଚଢ଼ାଉ କରିଥିଲେ ।