ଇଟାଲିର ଭେନିସ ସହରରେ ଏମର୍ଜେନ୍ସି , ଜୁଆର ପାଣିରେ ଜଳମଗ୍ନ ଅଧାରୁ ଅଧିକ ସହର

ଇଟାଲି: ଇଟାଲିର ଭେନିସ ସହରରେ ଏମର୍ଜେନ୍ସି । ଅର୍ଦ୍ଧ ଶତାବ୍ଦୀର ସବୁଠୁ ଭୟଙ୍କର ବନ୍ୟା । ଜୁଆର ପାଣିରେ ଜଳମଗ୍ନ ଅଧାରୁ ଅଧିକ ସହର। ସମୁଦ୍ର ଜଳସ୍ତର ଠାରୁ ୬ ଫୁଟ୍ ଉପରକୁ ଉଠିଲା ଜୁଆର। ଜୁଆର ଆସି ବ୍ୟାପକ କ୍ଷୟକ୍ଷତି ହୋଇଛି। ଐତିହାସିକ ବାସିଲିକାରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଥିସହ ଘର ଗୁଡ଼ିକରେ ବିଜୁଳି କାଟ୍ କରାଯାଇଛି । ସହରର ପ୍ରାୟ ୮୦ ପ୍ରତିଶତ ଅଞ୍ଚଳରେ ପ୍ରଭାବିତ ହୋଇଛି । ଏହି ଜୁଆର ଗତ ୫୦ ବର୍ଷରେ ସବୁଠାରୁ ବୃହତମ ଜୁଆର।

VeniceFloodingଶହେ ମିଲିୟନ୍ ୟୁରୋ କ୍ଷୟକ୍ଷତି ହୋଇଥିବା ମେୟର ଆକଳନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଏହାର କାରଣ ବୋଲି ମେୟର କହିଛନ୍ତି। ଭୟଙ୍କର ବନ୍ୟା ପରେ ଇଟାଲୀ ସରକାରଙ୍କ ପକ୍ଷରୁ ଏମର୍ଜେନ୍ସି ଘୋଷଣା କରାଯାଇଛି । ଇଟାଲିର ପ୍ରଧାନମନ୍ତ୍ରୀ ଗ୍ୟୁସିପି କୋଣ୍ଟେ କହିଛନ୍ତି, ଏହା ଆମ ଦେଶର ଦିଲ୍ ପାଇଁ ବଡ଼ ଝଟ୍‌କା । ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦେବାକୁ ଇଟାଲି ସରାକାର ଧ୍ୟାନ ଦେଇଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.