ଆଇଟିବିପି ଯବାନଙ୍କ ମହତ୍‌ କାର୍ଯ୍ୟ, ଆହତ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ୪୦ କି.ମି. ଦୁର୍ଗମ ବାଟ କଲେ ଅତିକ୍ରମ

ଆଇଟିବିପି ଯବାନଙ୍କ ମହତ୍‌ କାର୍ଯ୍ୟ। ଉତ୍ତରାଖଣ୍ଡର ଏକ ସୁଦୂର ଗାଁରୁ ଜଣେ ଆହତ ମହିଳାଙ୍କୁ ଷ୍ଟ୍ରେଚରରେ କାନ୍ଧରେ ବୋହି ବୋହି ଉଦ୍ଧାର କରିଥିଲେ ଏହି ଯବାନମାନେ । ପିଥୋରାଗଡ଼ର ଲାପ୍‌ସାରୁ ମୁନସ୍ୟାରୀ, ୪୦ କିଲୋମିଟର ଦୁର୍ଗମ ବାଟ ଅତିକ୍ରମ କରିବାକୁ ଯବାନମାନଙ୍କୁ ଲାଗିଥିଲା ୧୫ ଘଣ୍ଟା।

ଏପରିକି ବାଟରେ ତାଙ୍କୁ ଅନେକ ବନ୍ୟା ପାଣି ଭର୍ତ୍ତି ନାଳ ଓ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଅତିକ୍ରମ କରିବାକୁ ପଡ଼ିଥିଲା। ମହିଳା ଜଣକ ଆକସ୍ମିକ ଭାବେ ପାହାଡ଼ ଉପରୁ ଖସିପଡ଼ିବାରୁ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ମହିଳାଙ୍କୁ ଉଦ୍ଧାର କରିବାକୁ ହେଲିକପ୍ଟରର ସହାୟତା ମଗାଯାଇଥିଲେ ବି ଖରାପ ପାଗ ଯୋଗୁଁ ତାହା ଅବତରଣ କରିପାରି ନଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.