ଆଇଟିସି କମ୍ପାନୀ ନିର୍ମାଣ କଲା ଦୁନିଆର ସବୁଠୁ ଦାମୀ ଚକୋଲେଟ

ଦେଶର ଅନ୍ୟତମ ଅଗ୍ରଣୀ କମ୍ପାନୀ ଆଇଟିସି ପୃଥିବୀର ସବୁଠୁ ମହଙ୍ଗା ଚକଲେଟର ବଜାର ପ୍ରବେଶ କରାଇଛି । ଏହା ଦୁନିଆର ସବୁଠୁ ଦାମୀ ଚକୋଲେଟ ବୋଲି କମ୍ପାନୀ ତରଫରୁ ଦାବି କରାଯାଇଛି । ଏହାର ମୂଲ୍ୟ ୪.୩ ଲକ୍ଷ ପ୍ରତି କିଲୋ ରଖାଯାଇଛି । ଆଇଟିସି କମ୍ପାନୀ ଏହି ଚକଲେଟକୁ ନିଜର ଏକ ସ୍ୱତନ୍ତ୍ର ବ୍ରାଣ୍ଡ ଭାବରେ ହିଁ ନିର୍ମାଣ କରିଛନ୍ତି । ଆଇଟିସି କମ୍ପାନୀ ଏହି ଦାମୀ ଚକଲେଟକୁ ସୀମିତ ସଂଖ୍ୟାରେ ହିଁ ତିଆରି କରିଛନ୍ତି । ନିକଟରେ ଏହାକୁ ଗ୍ରିନିଜ ୱାର୍ଲଡ ରେକର୍ଡରେ ମଧ୍ୟ ସାମିଲ କରାଯାଇଛି । ଏହାକୁ ପୃଥିବୀର ସବୁଠୁ ମହଙ୍ଗା ଚକଲେଟ ଭାବେ ମଧ୍ୟ ଗଣା ହେଉଛି । ଆଇଟିସି ଖାଦ୍ୟ ବିଭାଗର ମୁଖ୍ୟ ପରିଚାଳନା ଅଧିକାରୀ ଅନୁଜ ରସ୍ତୋଗି କହିଛନ୍ତିକି ଫେବଲରେ ନୂଆ ବେଞ୍ଚମାର୍କ ପ୍ରସ୍ତୁତ କରି ସେ ବହୁତ ଖୁସି ଅଛନ୍ତି । ସେ ଏହା ମଧ୍ୟ କହିଛନ୍ତି କେବଳ ଭାରତରେ ନୁହେଁ ବିଶ୍ୱ ବଜାରରେ ମଧ୍ୟ ଏହି ଦାମୀ ଚକୋଲେଟକୁ ଉପଲବ୍ଧ କରାଯିବ । ଗ୍ରିନିଜ ୱାର୍ଲଡ ରେକର୍ଡରେ ନିଜ କମ୍ପାନୀକୁ ସାମିଲ କରାଇ ସେ ବହୁତ ଖୁସି ଥିବା କଥା ମଧ୍ୟ କହିଛନ୍ତି । ଏହି ସୀମିତ ସଂଖ୍ୟକ ଚକୋଲେଟ ଗୁଡିକୁ ହାତ ତିଆରି କାଠ ବାକ୍ସରେ ଭର୍ତ୍ତି କରି ହିଁ ବିକ୍ରି କରାଯିବ । ଏଥିରେ ୧୫ ଗ୍ରାମ ଓଜନର ୧୫ଟି ଚକୋଲେଟ ଭର୍ତ୍ତି କରି ଦିଆଯିବ । ଏହି ବାକ୍ସର ଦାମ ୧ ଲକ୍ଷ ଟଙ୍କା ରଖାଯିବ ବୋଲି ସ୍ଥିର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.