ଜବଲପୁର-ହାଇଦ୍ରାବାଦ IndiGo ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ନାଗପୁରକୁ ଫ୍ଲାଇଟ୍‌ ଡାଇଭର୍ଟ

ବିମାନକୁ ମିଳିଲା ବୋମା ଧମକ । ଜବଲପୁରରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନ (6E 7308)କୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହାପରେ ବିମାନକୁ ନାଗପୁର ଆଡ଼କୁ ଡାଇଭର୍ଟ କରି ଦିଆଯାଇଛି । ଇଣ୍ଡିଗୋ କହିିଛି ଯେ ବୋମା ଧମକ ମିଳିବା ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇ ସୁରକ୍ଷା ଯାଞ୍ଚ ତୁରନ୍ତ ଆରମ୍ଭ କରାଯାଇଛି ।

ଏହା ପୂର୍ବରୁ ଅଗଷ୍ଟ ୨୨ରେ ମଧ୍ୟ ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ ଦେଖାଦେଇଥିଲା । ମୁମ୍ବାଇରୁ ଥିରୁବନନ୍ତପୁରମ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବାର ସନ୍ଦେହ ଉପୁଜିଥିଲା । ଘଟଣା ପରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା ।

ଏୟାର ଇଣ୍ଡିଆ ବିମାନ ନଂ. ୬୫୭ ମୁମ୍ବାଇରୁ ଉଡ଼ାଣ ଭରିଥିଲା । ପରେ ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ କେରଳର ଥିରୁବନନ୍ତପୁରମରେ ଏହା ଜରୁରୀ ଅବତରଣ କରିଥିଲା । ୧୩୫ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଯାଞ୍ଚ ଆରମ୍ଭ କରାଯାଇଥିଲା । ସକାଳ ୮ଟାରେ ବିମାନର ଅବତରଣ ପରେ ଏହାକୁ ଆଇସୋଲେସନରେ ରଖାଯାଇଥିଲା ।

You might also like