ତିରୁପତି ମନ୍ଦିର ଯିବେ ଜଗନ ମୋହନ ରେଡ୍ଡୀ, ସେପ୍ଟେମ୍ବର ୨୮ରେ କରିବେ ‘କ୍ଷମା ଅନୁଷ୍ଠାନ’

ତିରୁପତି ବାଲାଜୀ ମନ୍ଦିରର ଲଡୁ ପ୍ରସାଦ ବିବାଦ ମଧ୍ୟରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସେପ୍ଟେମ୍ବର ୨୮ରେ ଜଗନ୍ ରେଡ୍ଡୀ ତିରୁପତି ବାଲାଜୀ ମନ୍ଦିର ଯାଇ ପୂଜାର୍ଚ୍ଚନା ଏବଂ କ୍ଷମା ଅନୁଷ୍ଠାନ କରିବେ ବୋଲି ଘୋଷଣା କରିଛନ୍ତି । ଜଗନ୍ ରେଡ୍ଡୀ ରାଜ୍ୟବ୍ୟାପୀ ମନ୍ଦିର ଅନୁଷ୍ଠାନ ଘୋଷଣା କରିଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ତିରୁପତି ଲଡୁକୁ ନେଇ ସାଂଘାତିକ ଅଭିଯୋଗ ଆଣିବା ଭଳି ପାପର ପ୍ରାୟଶ୍ଚିତ କରିବା ।

YSR କଂଗ୍ରେସ ସୂତ୍ରରୁ ଜଣାଯାଇଛି ଯେ ଜଗନ୍ ରେଡ୍ଡୀ ସେପ୍ଟେମ୍ବର ୨୭ରେ ତିରୁମାଲାରେ ପହଞ୍ଚି ସେଠାରେ ରାତି ବିଶ୍ରାମ କରିବାର ଆଶା କରାଯାଉଛି । ସେ ୨୮ ତାରିଖରେ ତିରୁମାଲାରେ ଭଗବାନ ଭେଙ୍କଟେଶ୍ୱରଙ୍କୁ ଦର୍ଶନ କରିବେ । ସେପ୍ଟେମ୍ବର ୨୮ରେ ଆନ୍ଧ୍ରପ୍ରଦେଶର ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନାରେ ଭାଗ ନେବାକୁ ଜଗନ୍ ରଡେ୍ଡୀ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି ।

କହି ରଖୁଛୁ, ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ତିରୁମାଳା ମନ୍ଦିରର ଲଡ଼ୁ ତିଆରିରେ ପଶୁ ଚର୍ବି ବ୍ୟବହାର ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ । ପୂର୍ବର ଜଗନ ସରକାର ଏଭଳି କରିଥିବା ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଥିଲେ । ଏହାପରେ NDDB CALF ନାମକ ଘରୋଇ ଲ୍ୟାବରେ ଲଡ଼ୁର ମାନ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସତ ସାବ୍ୟସ୍ତ ହୋଇଥିଲା ।

ହେଲେ ଏହି ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ । ଭଗବାନଙ୍କ ନାମରେ ରାଜନୀତି କରାଯାଉଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like