ଜଗନମୋହନ ସରକାରଙ୍କ ଅଜବ ଆବେଦନ, ଆନ୍ଧ୍ରରେ ରହିବ ଏକାସାଙ୍ଗରେ ୪ଟି ରାଜଧାନୀ

ଆନ୍ଧ୍ରପ୍ରଦେଶ ଶାସନରେ ଥିବା ୱାଇଏସାରେ କଂଗ୍ରେସ ଓ ତେଲୁଗ ଦେଶମ ପାର୍ଟି ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପରୁ ଏକ ନୂଆ କଥା ଶୁଣିବାକୁ ମିଳିଛି।  ଆଉ ତାହା ହେଉଛି ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀ ପରିବର୍ତ୍ତନ ହୋଇ ଅନ୍ୟ ଏକ ଜାଗାକୁ ସ୍ଥାନାନ୍ତର ହେବ। ବିଜେପି  ରାଜ୍ୟସଭା ସାଂସଦ  ଟିଜି ଭେଙ୍କଟେଶନ କହିବା ମୁତାବକ ୱାଇଏସଆରର ମୁଖ୍ୟ  ତଥା ଆନ୍ଧ୍ରପ୍ରଦେଶ ସରକାର ଜଗନମୋହନ ରେଡ୍ଡୀ  ଅମରାବତୀରୁ ରାଜଧାନୀକୁ ଅନ୍ୟ କୌଣସି ସ୍ଥାନକୁ ସ୍ଥନାନ୍ତର କରିବାକୁ କେନ୍ଦ୍ର ସରକାରକୁ ଅନୁରୋଧ  କରିଛନ୍ତି। ରାଜ୍ୟ  ବିକାଶ  ଓ ସ୍ବାର୍ଥ ଦ୍‌ଷ୍ଟିରୁ ବିଜୟନଗରମ, କକୀନାଡା, ଗୁଣ୍ଟୁର ଓ କଡପା ଭଳି ୪ ଟି ସହରକୁ ରାଜଧାନୀ ଭାବେ ବିବେଚନ କରିବାକୁ ଜଗନମୋହନ ସରକାର ନିବେଦନ କରିଛି।

ଶାସନରେ ନଥିବା ସମୟରେ ଅମରାବତୀକୁ ଆନ୍ଧ୍ର ପ୍ରଦେଶର ରାଜଧାନୀ କରିବାକୁ ବିରୋଧ କରୁଥିଲେ ଜଗନମୋହନ। ବିଶେଷ ଅମରାବତୀକୁ ରାଜଧାନୀ କରିବା ନିଷ୍ପତ୍ତି ପାଇଁ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରା ଚନ୍ଦ୍ରବାବୁ ନାୟୁଡୁଙ୍କ ପୁଅ ନାରା ଲୋକେଶ ନିର୍ବାଚନରେ ହାରିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.