ଜର୍ମାନୀର ଡୁସଲଡୋର୍ଫ ସହରରେ ଓଡ଼ିଆ ସଂଗଠନ ତରଫରୁ ରଥ ରଥଯାତ୍ରା

ଜର୍ମାନୀରେ ଜୟଜଗନ୍ନାଥ, ୨୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କ ସମେତ ୫୦୦ରୁ ଅଧିକ ଭାରତୀୟ ଓ ଅନ୍ତର୍ଜାତୀୟ ଶ୍ରଦ୍ଧାଳୁ ଯୋଗ ଦାନ କରିଥିଲେ

ଜର୍ମାନୀରେ ଜୟଜଗନ୍ନାଥ । ଜର୍ମାନୀର ଡୁସଲଡୋର୍ଫ ସହରରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ସଂଗଠନ , “ଡୁସଲଡୋର୍ଫ ପାଇକ ମହାସଂଘ” ଦ୍ଵାରା ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ୱର ସହକାରେ ପାଳନ କରାଯାଇଛି। ଏହି ସମାବେଶରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କ ସମେତ ୫୦୦ରୁ ଅଧିକ ଭାରତୀୟ ଓ ଅନ୍ତର୍ଜାତୀୟ ଶ୍ରଦ୍ଧାଳୁ ଯୋଗ ଦାନ କରିଥିଲେ । ତିନି ଦିଅଁଙ୍କ ଯଥା ବିଧି ଅନୁସାରେ ପହଣ୍ଡି ବିଜେ ପରେ ରଥଟଣା କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା । ହରିବୋଲ, ହୁଳହୁଳି, ଘଣ୍ଟ ଓ ଶଙ୍ଖ ନାଦରେ କମ୍ପି ଉଠିଥିଲା ପରିବେଶ ।
ରଥଟଣା ପରେ ତିନି ଠାକୁରଙ୍କ ସୁନବେଶ ସମ୍ପନ୍ନ କରାଯାଇଥିଲା ।
ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ଯୋଗୁ ବିଦେଶ ମାଟିରେ ବି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେଉଛି । ଏଥିପାଇଁ ସମସ୍ତ ଓଡ଼ିଆ ଖୁବ୍ ଆନନ୍ଦିତ ଏବଂ ଉଲ୍ଲସିତ ।

 

 

You might also like