ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଚାନ୍ସଲର ନିର୍ବାଚନ ଲଢିବେ ଇମ୍ରାନ ଖାନ, ଅନଲାଇନ ହେବ ଭୋଟିଂ

ଜେଲରେ ବନ୍ଦ ଥିବା ପାକିସ୍ତାନୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଚାନ୍ସଲର ପଦବୀ ପାଇଁ ନିର୍ବାଚନ ଲଢିବେ । ପ୍ରଥମଥର ଚାନ୍ସଲର ନିର୍ବାଚନ ପାଇଁ ଅନଲାଇନରେ ମତଦାନ ପ୍ରକ୍ରିୟାରେ ଇମ୍ରାନ ଜେଲରୁ ଭାଗ ନେବେ । ଇମ୍ରାନଙ୍କ ଜଣେ ସହଯୋଗୀଙ୍କ ମୁତାବକ, ଇମ୍ରାନ ନିର୍ବାଚନକୁ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି ।
ଖବର ମୁତାବକ, ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲରୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଚାନ୍ସଲର ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ୧୦ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା ଇମ୍ରାନ ଜେଲରୁ ଅନଲାଇନ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେ । ତେବେ ଇମ୍ରାନ ନିର୍ବାଚନ ଲଢିବା ନିଷ୍ପତ୍ତି ମାତ୍ର ୪୮ ଘଣ୍ଟା ଭିତରେ ନେଇଛନ୍ତି । ଏହି ପଦବୀରେ ନିର୍ବାଚନ ରେସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେୟାର ଏବଂ ବୋରିସ ଜନସନ ମଧ୍ୟ ରହିଛନ୍ତି ।
ଇମ୍ରାନ ଖାନ ୧୯୭୨ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ର ଏବଂ ରାଜନୀତି ବିଜ୍ଞାନ ପଢିଛନ୍ତି । ଏହାଛଡା ନିଜର ପ୍ରଥମ ଟେଷ୍ଟ ଡେବ୍ୟୁ ମ୍ୟାଚ ୧୯୭୧ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କ୍ରିକେଟ ଟିମରୁ କରିଥିଲେ । ଏହାଛଡା ୨୦୦୫ ଏବଂ ୨୦୧୪ ପର୍ଯ୍ୟନ୍ତ ବ୍ରାଡଫୋର୍ଡ ୟୁନିଭରସିଟିର କୁଳପତି ଥିଲେ ।
ସୂଚନାଯୋଗ୍ୟ, ଇମ୍ରାନ ଖାନ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ । ଗତବର୍ଷ ପାକିସ୍ତାନ ନିର୍ବାଚନ ଆୟୋଗ ଦ୍ୱାରା ତୋଷଖାନା ମାମଲା ଦୋଷୀ ସାବ୍ୟସ୍ତ ହୋଇ ଗିରଫ ହୋଇଥିଲେ ଇମ୍ରାନ ଖାନ । ତାଙ୍କୁ ୧୦ ବର୍ଷ ଦଣ୍ଡାଦେଶ ଶୁଣାଣି ହୋଇଛି । ତାଙ୍କ ବିରୋଧରେ ୩ଟି ଆଉ ଅନ୍ୟ ମାମଲା ରହିଛି ।