ସାଂଘାତିକ! ଅନ୍ୟ କଏଦୀଙ୍କ ସାମ୍ନାରେ କଏଦୀ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଜେଲର, ସୁବିଧା ହେବ ବୋଲି ପ୍ୟାଣ୍ଟରେ କରିଥିଲେ କଣା

କଏଦୀଙ୍କ ସହ ଶାରୀରିକ ସମ୍ପର୍କ ରଖି ବନ୍ଧା ହେଲେ ଜେଲର। ଏଥିପାଇଁ ଚାକିରିରୁ ନିଲମ୍ବିତ ବି ହୋଇଛନ୍ତି। ଏଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି ଆମେରିକାର କାର୍ଲିଫର୍ଣ୍ଣିଆର ଫେସ୍‌ନୋ କାଉଣ୍ଟି ଜେଲରୁ। ଏହି ଜେଲର ୨୭ ବର୍ଷୀୟା ଜେଲରଙ୍କୁ କୋର୍ଟ ଗିରଫ କରିବାକୁ ଆଦେଶ ଦେଇଛନ୍ତି। ତାଙ୍କୁ ୭ ମାସ ଯାଏଁ କାରାଦଣ୍ଡାଦେଶ ହୋଇଛି। ସେ ୨୧୦ ଦିନ ସେହି ଜେଲରେ କଏଦୀ ଭାବେ ରହିବେ, ଯେଉଁଠାରେ ସେ କାମ କରୁଥିଲେ।

ରିପୋର୍ଟ ମୁତାବକ, ଟିନା ଗୋଞ୍ଜାଲେଜ ନାମ୍ନୀ ୨୭ ବର୍ଷୀୟା ମହିଳା ଜେଲର ଜେଲରେ ଥିବା ଜଣେ କଏଦୀ ସହ ସମସ୍ତଙ୍କ ସାମ୍ନାରେ ଶାରୀରିକ ସମ୍ପର୍କ ରଖୁଥିଲେ। ସମ୍ପର୍କ ରଖିବା ବେଳେ ସୁବିଧା ହେବ ବୋଲି ସେ ନିଜ ପ୍ୟାଣ୍ଟରେ ଏକ କଣା ବି କରିଥିଲେ। ଉକ୍ତ ଓ୍ଵାର୍ଡରେ ଥିବା ୧୧ ଜଣ କଏଦୀଙ୍କ ସାମ୍ନାରେ ସେ ସମସ୍ତ ଲାଜ ଶରମକୁ ଭୁଲି ସବୁବେଳେ ସମ୍ଭୋଗରେ ମାତି ଯାଉଥିଲେ। ସେ ଉକ୍ତ କଏଦୀକୁ ଏକ ମୋବାଇଲ ଫୋନ୍‌, ଡ୍ରଗ୍ସ ଓ ରେଜର ବି ଦେଇଥିଲେ।

କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନ ଥାଏ। ଜେଲ କର୍ତ୍ତୃପକ୍ଷଙ୍କୁ ଏନେଇ ଜଣେ କଏଦୀ ଅଭିଯୋଗ କରିଥିଲା। ପରେ ତଦନ୍ତ କରିବାରୁ ମାମଲା ସତ ବୋଲି ଜଣାପଡ଼ିଥିଲା। ଉକ୍ତ କଏଦୀ ନିକଟରୁ ମୋବାଇଲ ଓ ରେଜର ଜବତ ହେବା ପରେ ସେ ମଧ୍ୟ ସବୁ ସତ ମାନି ଯାଇଥିଲା। ଫଳରେ ଏବେ ଜେଲରଙ୍କୁ ଜେଲ ଦଣ୍ଡାଦେଶ ହୋଇଛି।

ଏହି ମାମଲାର ଶୁଣାଣି କରିବା ଅବସରରେ କୋର୍ଟ କହିଛନ୍ତି, ଜେଲର କେବଳ ଶାରୀରିକ ସମ୍ପର୍କ ପାଇଁ ନିଜ ଚାକିରିକୁ ବି ବିପଦରେ ପକାଇ ଦେଇଛନ୍ତି। ଏଥିସହ ୧୧ ଜଣଙ୍କ ସାମ୍ନାରେ ଶାରୀରିକ ସମ୍ପର୍କ ଏବଂ ଏଥିପାଇଁ ପ୍ୟାଣ୍ଟରେ କଣା କରିବା ନିହାତି ଭାବେ ପାଗଳାମୀ ଓ ମାନସିକ ବିକୃତି। ଜେଲର ନିଜ ଶପଥ ସହ ଧୋକା କରିଛନ୍ତି। ଏଣୁ ସେ ଦଣ୍ଡ ପାଇବାକୁ ଯୋଗ୍ୟ।

ଅନ୍ୟପଟେ ଅଭିଯୁକ୍ତା ଜେଲରଙ୍କ ଓକିଲ କହିଛନ୍ତି, ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିବାରୁ ଏଭଳି କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.