ନିଆଁରେ ଜଳିବାରେ ଲାଗିଥିଲେ ଜୈନ ସାଧ୍ୱୀ, ତଥାପି ଛାଡ଼ିଲେନି ସାଧନା, ମନ୍ତ୍ର ଜପ କରି କଲେ ଦେହତ୍ୟାଗ

ମଧ୍ୟପ୍ରଦେଶର ଛତରପୁରରେ ଏମିତି ଏକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ, ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। କିନ୍ତୁ ଏହି ଘଟଣାରୁ ଧର୍ମ ପ୍ରତି ତାଙ୍କର ଆସ୍ଥା ଓ ବିଶ୍ୱାସ ମଧ୍ୟ ଆହୁରି ବଢ଼ିଯିବ।

ଛତରପୁରର ନୈନାଗିର ଜୈନ ତୀର୍ଥରେ ସାଧନା ସମୟରେ ଜଣେ ଜୈନ ସାଧ୍ୱୀ ନିଅାଁରେ ଜଳିବାରେ ଲାଗିଥିଲେ, କିନ୍ତୁ ସେ ନିଜ ସାଧନା ଛାଡ଼ି ନ ଥିଲେ। ଏହି ସମୟରେ ତାଙ୍କ ଶରୀର ୯୦ ପ୍ରତିଶତ ପଯ୍ୟର୍ନ୍ତ ଜଳିଯାଇଥିଲା, ତଥାପି ଧର୍ମ ପ୍ରତି ଥିବା ଆସ୍ଥାକୁ ସାଧ୍ୱୀ ବଜାୟ ରଖିଥିଲେ। ଆଉ ସାଧନା ଶେଷ ହେବ ଯାଏ ସେମିତି ଚଟେଇରେ ବସିରହିଥିଲେ। ଜଳିବା ସମୟରେ ସେ କୌଣସି ପ୍ରକାର ଶବ୍ଦ କରି ନ ଥିଲେ। ତେଣୁ ଏ ବିଷୟରେ କାହାକୁ ଆଭାସ୍‌ ମଧ୍ୟ ମିଳିପାରି ନ ଥିଲା।

୧ ଘଣ୍ଟା ପରେ ଯେତେବେଳେ ଅନ୍ୟ ଶ୍ରବକମାନେ କୋଠରୀ ଭିତରକୁ ପ୍ରବେଶ କରିଥିଲେ, ସେମାନେ ସାମ୍ନା ଦୃଶ୍ୟ ଦେଖି ଆଶ୍ଚଯ୍ୟର୍ ହୋଇଯାଇଥିଲେ। କାରଣ, ସାଧ୍ୱୀଙ୍କ ଶରୀର ନିଅାଁରେ ସମ୍ପୂର୍ଣ୍ଣ ଜଳିଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ଶରୀରର ଚମଡ଼ା ସବୁ ମେଞ୍ଚା ମେଞ୍ଚା ହୋଇ ବାହାରି ଆସୁଥିଲା।

ଏହାପରେ ସମସ୍ତେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ବି ଅସହନୀୟ ଜ୍ୱଳନ ଓ ଯନ୍ତ୍ରଣା ସତ୍ତ୍ୱେ ସାଧ୍ୱୀ ୩୦ ଘଣ୍ଟା ପଯ୍ୟର୍ନ୍ତ ଜୀବିତ ରହିଥିଲେ। ଶେଷରେ ମନ୍ତ୍ର ଜପ କରି ସେ ଦେହତ୍ୟାଗ କରିଥିଲେ।

ପରେ ଜଣାପଡ଼ିଥିଲା, ଜୈନ ସାଧ୍ୱୀ ସୁନୟମତି ମାତାଜୀ ଯେତେବେଳେ ସାଧନାରେ ଲୀନ ଥିଲେ, ସେତେବେଳେ ଥଣ୍ଡାକୁ ନଜରରେ ରଖି ଜଣେ ଶ୍ରାବିକା ଅଙ୍ଗାର ଧୂଅାଁ ଦେଇ ଚାଲିଆସିଥିଲେ। ଯେପରି ସାଧନା ପୂରା ହେବା ପରେ ସେ ତାଙ୍କର ସେବା କରିପାରିବେ।

କିନ୍ତୁ ପବନ ଯୋଗୁ ଅଙ୍ଗାର ସୁନୟମତି ମାତାଜୀ ବସିଥିବା ଚଟେଇରେ ପଡ଼ିଥିଲା। ଫଳରେ ଚଟେଇଟି ନିଅାଁକୁ ସଙ୍ଗେ ସଙ୍ଗେ ଧରିନେଇଥିଲା। ଆଉ ସେହି ନିଅାଁରେ ସାଧ୍ୱୀ ଜଳିଉଠିଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ଏହି ଖବର ପ୍ରଘଟ ହେବା କ୍ଷଣି ହଜାର ହଜାର ଲୋକ ତାଙ୍କ ଅନ୍ତିମ ଦର୍ଶନ କରିବାକୁ ପହଞ୍ଚିଥିଲେ। ସମସ୍ତେ ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇ ବିଦାୟ ଜଣାଇଥିଲେ।

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

1 min ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

11 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

45 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

53 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago