କୁପୱାରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ, ଜଣେ ଯବାନ ଆହତ

ଜମ୍ମୁ କଶ୍ମୀର କୁପୱାରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ । ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଛନ୍ତି । ଜମ୍ମୁ- କଶ୍ମୀରର କୁପୱାରାରେ କିଛି ଆତଙ୍କବାଦୀ ଲୁଛି ରହିଥିବା ସୂଚନା ମିଳିଥିଲା । ଆର୍ମି, ଜମ୍ମୁ- କାଶ୍ମୀର ପୋଲିସ ଏବଂ ସ୍ପେଶାଲ ଗ୍ରୁପ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।
ଆତଙ୍କବାଦୀଙ୍କ ନିକଟବର୍ତ୍ତୀ ହେବା ସମୟରେ ଜଙ୍ଗଲରେ ଲୁଚି ରହିଥିବା ଦୁଇରୁ ତିନି ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି । ଏଥିରେ ଜଣେ ଯବାନ ଆହତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିବିନିମୟ ଜାରି ରହିଥିବାରୁ ସ୍ଥାନୀୟବାସିନ୍ଦାଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସୁରକ୍ଷାକର୍ମୀ ।
#WATCH | Jammu & Kashmir | Security Forces conduct cordon and search operation in Krumbhoora area of Zachaldara in Handwara District
Details awaited.
(Visuals deferred by unspecified time) pic.twitter.com/9GRT1BVZQj
— ANI (@ANI) March 17, 2025
ଏହି ଅଞ୍ଚଳରେ ଜଣେ କିମ୍ବା ଦୁଇଜଣ ଆତଙ୍କବାଦୀ ଫସିଥାଇପାରନ୍ତି । କୁପୱାରା ଜିଲ୍ଲାର ରାଜୱାଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୁରକ୍ଷାବଳ ଅଞ୍ଚଳରେ ଘେରାବନ୍ଦୀ କରି ତଲାସୀ ଅଭିଯାନ ଜାରି ରଖିଛନ୍ତି ।
ସେପଟେ ଜମ୍ମୁ ଏବଂ କଶ୍ମୀରର ହିନ୍ଦୱାଡା ଜିଲ୍ଲାରେ ମଧ୍ୟ ସୁରକ୍ଷାବଳଙ୍କ ଆକ୍ସନ ଜାରି ରହିଛି । ସୁରକ୍ଷାବଳ ଜିଲ୍ଲର ଜଚଲଦାରାର କୁମ୍ଭୁରା ଅଞ୍ଚଳରେ ଘେରାବନ୍ଦୀ ଏବଂ ତଲାସୀ ଅଭିଯାନ ଚଳାଇଛନ୍ତି ।
ସୂଚନାଯୋଗ୍ୟ, ଜମ୍ମୁ କାଶ୍ମୀର ରୌଜରୀ ଜିଲ୍ଲୀ ସୁନ୍ଦରବନୀରେରେ ସେନା ଗାଡି ଉପରେ ଆତଙ୍କୀ ହମଲା କରିଥିଲେ । ଦ୍ବିପ୍ରହର ୧ଟା ବେଳେ ସେନା ଗାଡି ଯାଉଥିବା ସମୟରେ ଆତଙ୍କୀ ଫାୟାରିଂ କରିଥିଲେ । ଏଲଓସି ନିକଟ ଜଙ୍ଗଲରେ ଲୁଚିଥିବା ଆତଙ୍କୀ ସେନା ଗାଡିକୁ ୪ରୁ ୫ ରାଉଣ୍ଡ ଫାୟାରିଂ କରିଥିଲେ ।
Also Read : ପାକ୍ ସେନା ବସ ଉପରେ ଆକ୍ରମଣ, ୯୦ ଯବାନଙ୍କ ମୃତ