ବୈଷ୍ଣୋ ଦେବୀରେ ଆଉ ଦେଖିବାକୁ ମିଳିବ ନାହିଁ ଚରମ ଅବହେଳା! ଭିଡ଼ ନିୟନ୍ତ୍ରଣ ପାଇଁ ଖାସ୍‌ ଟେକ୍ନୋଲଜି ଆଣିଲା ପ୍ରଶାସନ

ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମାତା ବୈଷ୍ଣୋ ଦେବୀ ମନ୍ଦିରର ତୀର୍ଥଯାତ୍ରୀଙ୍କ ପାଇଁ ଖାସ୍‌ ସୁବିଧା ଆଣିଛନ୍ତି। ଏଠାରେ ପ୍ରଶାସନ Radio Frequency Identification (RFID) ସିଷ୍ଟମ୍‌ ଆରମ୍ଭ କରିଛି। ଆର୍‌ଏଫ୍‌ଆଇଡି ସିଷ୍ଟମ୍‌ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ମଞ୍ଜୁରୀ କରାଯାଇଥିବା ଅନେକ ନୂଆ ପରିଯୋଜନା ମଧ୍ୟରୁ ଅନ୍ୟତମ। କହି ରଖୁଛୁ ଯେ ନୂଆବର୍ଷ ଦିନ ଏହି ଧାର୍ମିକ ସ୍ଥଳରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏଥିରେ ୧୨ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୧୬ ଜଣ ଆହତ ହୋଇଥିଲେ।

ଉପରାଜ୍ୟପାଳ ସିହ୍ନା ମାତା ବୈଷ୍ଣୋ ଦେବୀ ଶ୍ରାଇନ୍‌ ବୋର୍ଡର ୩୭ତମ ସ୍ଥାପନା ଦିବସ ଅବସରରେ କହିଛନ୍ତି, ଆର୍‌ଏଫ୍‌ଆଇଡି ସିଷ୍ଟମ୍‌ ଦ୍ୱାରା ଯାତ୍ରୀମାନଙ୍କ ନିକଟରେ ସହଜରେ ପହଞ୍ଚି ହେବ। ସେ କହିଥିଲେ କି, ‘ସ୍କାଇ ଓ୍ଵାକ୍‌’ର କନ୍‌ଷ୍ଟ୍ରକ୍ସନ କାମ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ।

ତାଙ୍କ ମୁତାବକ, ପ୍ରତ୍ୟେକ ମାସରେ ୮/୯ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସମ୍ଭାଳିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ଭିଡ଼ ନିୟନ୍ତ୍ରଣ ଏବଂ ଯାତ୍ରୀଙ୍କ ଉପରେ ନଜର ରଖିବା ପାଇଁ ୨୯ଟି କାଉଣ୍ଟର ଓ କଣ୍ଟ୍ରୋଲ ରୁମ୍‌ କଟରାରେ ସ୍ଥାପିତ କରାଯାଇଛି।

ସିହ୍ନା କହିଛନ୍ତି, National Highway Logistics Management Limited (NHLML) ଏବଂ କଟରା ଡେଭେଲପ୍‌ମେଣ୍ଟ ଅଥରିଟି ମଧ୍ୟରେ ଏକ ଚୁକ୍ତିନାମା ଅଗଷ୍ଟ ୩୦ରେ ସ୍ୱାକ୍ଷରିତ ହୋଇଛି। ଏହି ସ୍ୱତନ୍ତ୍ର ଇଣ୍ଟରମଡେଲ୍‌ ଷ୍ଟେସନ ଶ୍ରଦ୍ଧାଳୁମାନଙ୍କ ପାଇଁ ହେବ। ଏଥିରେ ହେଲିପ୍ୟାଡ୍‌, ରେଲେଓ୍ଵ ଷ୍ଟେସନ, ବସ୍‌ ଷ୍ଟାଣ୍ଡ, ଅଟୋ ଷ୍ଟାଣ୍ଡ, ପାର୍କିଂ, ଫାଇଭ୍‌ ଷ୍ଟାର ହୋଟେଲ ସହ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ଗୋଟିଏ ହିଁ ସ୍ଥାନରେ ଉପଲବ୍ଧ ହେବ।

Leave A Reply

Your email address will not be published.