ଜମ୍ମୁ କଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୬ ଟୁରିଷ୍ଟ ଗୁରୁତର, ସର୍ଚ୍ଚ ଅପରେସନ ଜାରି

ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ ସହରରେ ଥିବା ଏକ ପର୍ଯ୍ୟଟନ ସ୍ଥାନ ଉପରେ ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ଅତି କମରେ ୬ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି । ପହଲଗାମର ବୈସାରନ ଉପତ୍ୟକାର ଉପର ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଥିଲା । ସୁରକ୍ଷା ବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ।

ସୂଚନା ଦେଇ ପୋଲିସ କହିଛି ଯେ, ଏହି ଗୁଳିକାଣ୍ଡରେ ୬ ଜଣ ଆହତ ହୋଇଛନ୍ତି । ସୁରକ୍ଷା ବାହିନୀ ଟିମ୍ ଏବେ ବି ସର୍ଚ୍ଚ ଅପରେସନ ଜାରି କରିଛନ୍ତି ।

ଖବର ମୁତାବକ, ଏହି ପର୍ଯ୍ୟଟକମାନେ ରାଜସ୍ଥାନରୁ ଆସିଥିବା ଜଣାପଡ଼ିଛି । ଏହା ଏକ ପର୍ଯ୍ୟଟନ କ୍ଷେତ୍ର ଏବଂ ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି, ତେଣୁ ଲୋକମାନେ ଧୀରେ ଧୀରେ ଏହି ଅଞ୍ଚଳକୁ ପରିଦର୍ଶନ କରିବା ପାଇଁ ଆସୁଛନ୍ତି। ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ରହିଛି ବୋଲି ଅନୁମାନ କରାଯାଉଛି ।

ସମ୍ପ୍ରତି ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀର ହିନ୍ଦୁମାନଙ୍କ ବିରୁଦ୍ଧରେ ଏକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିଲେ । ଏହା ପରେ ତୁରନ୍ତ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ।

Also Read : ଅମରୋଲିରେ ଏୟାରଫୋର୍ସ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ