ଜମ୍ମୁକାଶ୍ମୀର(କେନ୍ୟୁଜ୍) : ଜମ୍ମୁକାଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ। ପୁଲୱାମା ଜିଲ୍ଲା ରାଜପୋରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ରାଜପୋରା ଅ଼ଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀ ପାଲଟା ଗୁଳି କରିଥିଲେ। ମୃତ ଆତଙ୍କବାଦୀ ଦୁଇ ଜଣ ଜୈସ-ଇ-ଅହମ୍ମଦ ସଙ୍ଗଠନର ବୋଲି ଜଣାପଡିଛି। ସଂପୃକ୍ତ ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି।