ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା, ପର୍ଯ୍ୟଟକ ଦମ୍ପତି ଓ ସୋପିଆନରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ନିର୍ବାଚନ ପୂର୍ବରୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ଅନନ୍ତନାଗ ଓ ସୋପିଆନରେ ଗୁଳିକରି ପର୍ଯ୍ୟଟକ ଦମ୍ପତ୍ତି ଓ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ପ୍ରଥମ ଘଟଣାରେ ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରର ଅନନ୍ତନାଗରେ ଏକ ପର୍ଯ୍ୟଟକ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଫଳରେ ଜୟପୁରରୁ କାଶ୍ମୀର ବୁଲିବାକୁ ଆସିଥିବା ଟୁରିଷ୍ଟ ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଦମ୍ପତ୍ତି ରାଜସ୍ଥାନ ଜୟପୁର ଅଞ୍ଚଳର ବୋଲି ଜଣା ପଡ଼ିଛି । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ଅନନ୍ତନାଗ ଓ ସୋପିଆନରେ ଗୁଳିକରି ପର୍ଯ୍ୟଟକ ଦମ୍ପତ୍ତି ଓ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ପ୍ରଥମ ଘଟଣାରେ ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରର ଅନନ୍ତନାଗରେ ଏକ ପର୍ଯ୍ୟଟକ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଫଳରେ ଜୟପୁରରୁ କାଶ୍ମୀର ବୁଲିବାକୁ ଆସିଥିବା ଟୁରିଷ୍ଟ ଦମ୍ପତ୍ତି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଦମ୍ପତ୍ତି ରାଜସ୍ଥାନ ଜୟପୁର ଅଞ୍ଚଳର ବୋଲି ଜଣା ପଡ଼ିଛି । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ଶନିବାର ସଂଧ୍ୟାରେ ପ୍ରଥମ ଘଟଣା ଘଟିଥିଲା ସୋପିଆନ ଜିଲ୍ଲାରେ । ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସୋପିଆନ ହୀରପୋରା ଅଞ୍ଚଳରେ ପୂର୍ବତନ ବିଜେପି ସରପଞ୍ଚ ଏଜାଜ ଶେଖଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଆକ୍ରମଣଟି ଅନନ୍ତନାଗରେ ହୋଇଥିଲା । ଏଠାରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜୟପୁରର ଦମ୍ପତ୍ତି । ଉଭୟଙ୍କ ନାଁ ଫାରା ଓ ତାବରେଜ୍। ସୋପିଆନ ଓ ଅନନ୍ତନାଗରେ ଆକ୍ରମଣ ହୋଇଥିବା ଅଞ୍ଚଳକୁ ଘେରା ବନ୍ଦୀ କରି ସର୍ଚ୍ଚ ଅପରେସନ କରୁଛନ୍ତି ସୁରକ୍ଷା ବାହିନୀ । ଅନନ୍ତନାଗ-ରାଜୌରୀ ଆସନ ପାଇଁ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଆସନ୍ତାକାଲି ବାରମୁଲ୍ଲା ଆସନ ପାଇଁ ଭୋଟ ଗ୍ରହଣ ହେବ ।

Leave A Reply

Your email address will not be published.