ଜମ୍ମୁ କଶ୍ମୀର ନିର୍ବାଚନ : କଂଗ୍ରେସ ଜାରି କଲା ପ୍ରାର୍ଥୀ ତାଲିକା, ୯ଟି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୯ଟି ସିଟରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଂଗ୍ରେସ ଜାରି କରିଥିବା ତାଲିକାରେ ୩ ଜଣ ପୂର୍ବତନ ଅଧ୍ୟକ୍ଷଙ୍କ ନାମ ରହିଛି । ଗୁଲାମ ଅହମଦ ମିର, ପୀରଜାଦା ମହମ୍ମଦ ସଇଦ ଏବଂ ବିକାର ରସୁଲ ବାନୀଙ୍କ ନାମ ରହିଛି । ଗତକାଲି ବିଜେପି ୧୫ଟି ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ।
କଂଗ୍ରେସ ଅନନ୍ତନାଗ, ରାମବନ, ଡୁରୁ, ପୁଲଓ୍ଵାମା ଜିଲ୍ଲାର ସିଟ୍, କୁଲଗ୍ରାମ ଜିଲ୍ଲାର ଦେବସର ସିଟ୍, କିସ୍ତଓ୍ଵାଡା ଜିଲ୍ଲାର ଇନ୍ଦରଓ୍ଵାଲ ସିଟ୍, ଡୋଡା ଜିଲ୍ଲା ଭଦ୍ରବାହ ସିଟ୍, ଡୋଡା ସିଟ୍, ଡୋଡା ପଶ୍ଚିମ ବିଧାନସଭା ସିଟ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ।
କଂଗ୍ରେସ ସୋମବାର ରାତିରେ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରାର୍ଥୀ ତାଲିକା ପ୍ରକାଶ କରିବାର କିଛି ଘଣ୍ଟା ପୂର୍ବରୁ କଂଗ୍ରେସ ଏବଂ ନ୍ୟାସନାଲ କନଫରନ୍ସେର ବରିଷ୍ଠ ନେତାଙ୍କ ମଧ୍ୟରେ ବିଧାନସଭା ନିର୍ବାଚନ ପାଇଁ ଚର୍ଚ୍ଚାରେ ରହିଥିଲା ।
The Central Election Committee has selected the following persons as Congress candidates for the ensuing elections to the Legislative Assembly of Jammu & Kashmir.. pic.twitter.com/JEa3zn6jx9
— J&K Congress (@INCJammuKashmir) August 26, 2024
ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି । ଏଥିରେ ୮ ଜଣ ମୁସଲମାନ ପ୍ରାର୍ଥୀ ରହିଛନ୍ତି । ସେପ୍ଟେମ୍ବର ୧୮ରେ ଜମ୍ମୁ-କଶ୍ମୀର ନିର୍ବାଚନ ହେବ । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ମୋଟ ୯୦ଟି ଆସନରେ ଭୋଟିଂ ହେବ । ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଜମ୍ମୁ କଶ୍ମୀରରେ ୨୦୧୪ରେ ବିଧାନସଭା ନିର୍ବାଚନ ହୋଇଥିଲା । ସେତେବେଳେ ଏହା କେନ୍ଦ୍ର ଶାସିତ ପ୍ରଦେଶ ଥିଲା । ଏହି ନିର୍ବାଚନରେ ପିଡିପି ୨୮ ସିଟ, ବିଜେପି ୨୫ ସିଟ ଏବଂ ଜମ୍ମୁ କଶ୍ମୀର ନ୍ୟାସନାଲ କନଫରେନ୍ସ ୧୫ ସିଟ୍ ଏବଂ କଂଗ୍ରେସ ୧୨ ସିଟରୁ ଜିତିଥିଲା । ଏହାହପରେ ପିଡିପି ସହିତ ମିଶି ବିଜେପି ସରକାର କରିଥିଲା ।