ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ରାଶି, ଯୋଜନା ବାବଦରେ ଘୋଷଣା କଲେ ସରକାର

ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ବୁଧବାର ଅର୍ଥାତ ଜୁନ ୮ ତାରିଖରେ କେନ୍ଦ୍ରଶାସିତ ପ୍ରଦେଶର ସରକାରୀ କର୍ମଚାରୀଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଯୋଜନା ଆରମ୍ଭ କରିଛନ୍ତି । ଏହା ପରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଖୁବ କମ ସମୟରେ ଦୁର୍ଘଟଣା ବୀମାର ଲାଭ ମିଳିଯାଇପାରିବ । ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବୀମା କଭର ଜାମ୍ମୁ କାଶ୍ମୀର ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯିବ । ଏହା ସହିତ ସରକାରୀ କର୍ମଚାରୀଙ୍କ ପାଇଁ ଜାମ୍ମୁ କାଶ୍ମୀର ବ୍ୟାଙ୍କ ତରଫରୁ ଫୋନ ପେ’ ଲୋନ ସୁବିଧା ଆରମ୍ଭ ହେବ ।

ସରକାରଙ୍କ ପକ୍ଷରୁ କୁହାଯାଇଛିକି ଜାମ୍ମୁ କାଶ୍ମୀର ବ୍ୟାଙ୍କ ବୀମା କଭର ବଢାଇବା ପାଇଁ ଓରିଏଣ୍ଟାଲ ଇନ୍ସୁରାନ୍ସ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ବୀମା କମ୍ପାନୀ ଗୁଡିକୁ ସମସ୍ତ ଆବଶ୍ୟକୀୟ କାଗଜ ପତ୍ର ଜମା କରିବା ପାଇଁ ୧୫ ଦିନର ସମୟ ମିଳିବ । ଏହା ସହ “ଫୋନ ପେ ଲୋନ” ଆଧାରରେ ବେତନଭୋଗୀ କର୍ମଚାରୀ ମାନେ କମ ସୁଧରେ ବ୍ୟକ୍ତିଗତ ଲୋନ ସହ ଅନ୍ୟାନ ଲୋନ ସୁବିଧା ମଧ୍ୟ ପାଇପାରିବେ ।

ଏନେଇ ଉପରାଜ୍ୟପାଳ ଶ୍ରୀ ସିହ୍ନା କହିଛନ୍ତିକି “ଫୋନ ପେ ଲୋନ” ତଥା “ଦୁର୍ଘଟଣା ବୀମା କଭର” ପରି ଯୋଜନା କର୍ମଚାରୀ ମାନଙ୍କୁ ସୁବିଧା ପହଞ୍ଚାଇବା ସହିତ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବ । ଏହା ସହିତ ସରକାରଙ୍କ ତରଫରୁ ଦୁର୍ଘଟଣା ବୀମା କଭର ରାଶି ଆସନ୍ତା ବର୍ଷ ୧୫ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୨୫ ଲକ୍ଷ ଟଙ୍କାରେ ପହଞ୍ଚିବ । ଏହା ସହ ସେ କହିଛନ୍ତିକି ଜାମ୍ମୁ କାଶ୍ମୀର ବ୍ୟାଙ୍କର ବ୍ୟାଙ୍କିଙ୍ଗ ସିଷ୍ଟମ ଅର୍ଥବ୍ୟବସ୍ଥାର ସମସ୍ତ କ୍ଷେତ୍ରରେ ଲାଗୁ ରହିଛି । ସମାଜରେ ବସବାସ କରୁଥିବା ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ଏହି ସୁବିଧା ପହଞ୍ଚାଇବା ହେଉଛି ଏହାର ମୂଳ ଲକ୍ଷ । ଗତ ଦୁଇ ବର୍ଷ ଭିତରେ ଏହି ବ୍ୟାଙ୍କରେ ଅନେକ କିଛି ପରିବର୍ତ୍ତନ ଅଣାଯାଇଛି । ବିଭିନ୍ନ କେନ୍ଦ୍ରଶାସିତ ବ୍ୟାଙ୍କ ଗୁଡିକ ମଧ୍ୟରେ ଏହା ହେଉଛି ସବୁଠୁ ଅଧିକ ବିଶ୍ଵସନୀୟ ବ୍ୟାଙ୍କ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.