ଜମ୍ମୁ-କାଶ୍ମୀର ଜେଲ୍‌ ଡିଜିଙ୍କୁ ଗଳାକାଟି ହତ୍ୟା, ମୃତଦେହକୁ ଜାଳିଦେବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ଜେଲ୍‌ ଡିଜିଙ୍କୁ ହତ୍ୟା । ହେମନ୍ତ କୁମାର ଲୋହିଆଙ୍କୁ ଗଳାକାଟି ହତ୍ୟା କରାଯାଇଛି । ତଣ୍ଟିକୁ ଏକ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହେମନ୍ତ ଲୋହିଆଙ୍କୁ ତାଙ୍କ ଜମ୍ମୁ ଉପକଣ୍ଠ ଉଦୟିୱାଲା ସ୍ଥିତ ଘରେ ଗଳାକାଟି ହତ୍ୟା କରାଯାଇଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ରହିଛି ଆଘାତ ଚିହ୍ନ ।

ହତ୍ୟା ପରେ ଦୁର୍ବୃତ୍ତମାନେ ତାଙ୍କ ମୃତଦେହକୁ ଜାଲିଦେବାକୁ ଚେଷ୍ଟା କରିଥିଲେ। ଆତଙ୍କବାଦୀ ସଙ୍ଗଠନ ଟିଆରଏଫ୍‌ ଏହି ଘଟଣା ଘଟାଇଥିବା ଦୋଷ ନିଜ ଉପରକୁ ନେଇଛି । ତେବେ ହେମନ୍ତ କୁମାର ଲୋହିଆଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିବା ବ୍ୟକ୍ତିଙ୍କ ଉପରେ ସମସ୍ତଙ୍କ ସନ୍ଦେହ ରହିଛି। ଘଟଣା ପରଠାରୁ ସେ ଫେରାର ଅଛି। ତାକୁ ଧରିବା ପାଇଁ ଚେଷ୍ଟା ଚାଲିଛି। ଫରେନ୍‌ସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମୃତଦେବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.