ଜାମ୍ମୁ-କାଶ୍ମୀରରେ ଲାଗୁ ହେଲା ରାଜ୍ୟପାଳ ଶାସନ

ଶ୍ରୀନଗର : ଗତକାଲି ପିଡିପି ମେଣ୍ଟ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମେହବୁବା ମୁଫତି । ବର୍ତ୍ତମାନ ସ୍ଥିତିରେ କାଶ୍ମୀରରେ ସରକାର ଗଠନ ପାଇଁ କୌଣସି ଦଳ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ସେଠାରେ ରାଜ୍ୟପାଳ ଶାସନ ଲାଗୁ ରାଷ୍ଟ୍ରପତିଙ୍କୁ ସୁପାରିଶ ପ୍ରସ୍ତାବ ପଠାଯାଇଥିଲା ।ଏଥିପାଇଁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଆଜି ପ୍ରସ୍ତାବ ଉପରେ ରାଷ୍ଟ୍ରପତି ମୋହର ମାରିବା ସହ ରାଜ୍ୟପାଳ ଶାସନ ଲାଗୁ ହୋଇଛି । ଗତକାଲି ପିଡିପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲା । ୨୦୧୫ରେ ଜାମ୍ମୁ ଓ କାଶ୍ମୀରରେ ମେଣ୍ଟ ସରକାର କରିଥିଲେ ବିଜେପି ଓ ପିଡିପି । ତେବେ ବେଶ୍‌ କିଛିଦିନ ହେଲା ମେଣ୍ଟରେ ଫାଟ ସୃଷ୍ଟି ହୋଇଥିଲା । ଏବେ ରାଜ୍ୟପାଳ ଏନ୍‌. ଏନ୍‌. ଭୋରାଙ୍କ ହାତରେ ରହିବ ଜାମ୍ମୁ କାଶ୍ମୀର ରାଜ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.