ଜମ୍ମୁକାଶ୍ମୀର(କେନ୍ୟୁଜ୍) : ଜମ୍ମୁକାଶ୍ମୀରରେ ପାଣିପାଗ ବୁଧବାର ଦିନ ପୁଣି ବିଗିଡିଯାଇଛି । ଉଚ୍ଚ ପର୍ବତ ଅଞ୍ଚଳରେ ବରଫବର୍ଷା ହେବାବେଳେ ତଳ ଅଞ୍ଚଳରେ ବହୁତ ବର୍ଷା ହେଉଛି । ଜମ୍ମୁରେ ଗତକାଲି ସନ୍ଧ୍ୟାରେ ହଲକା ବର୍ଷା ହେବାପରେ ରାତିରେ ପାଖାପାଖି ୯ଟା ବେଳେ ଯୋରରେ ପବନ ହେବା ସହିତ ବର୍ଷା ହୋଇଥିଲା । ଯାହାଫଳରେ ତାପମାତ୍ରା କମିଥିବା ରେକର୍ଡ କରାଯାଇଛି ।
ଜମ୍ମୁ-ଶ୍ରୀନଗର ନ୍ୟାସନାଲ ହାଇୱେ ଉପରେ ଭୂସ୍ଖଳନ ହେବା ଦ୍ବାରା ବୁଧବାର ଦିନ ଦୀର୍ଘ ସମୟ ଧରି ଯତାୟତ ବାଧାପ୍ରାପ୍ତ ହୋଇଥିଲା । ତେବେ ପାଣିପାଗ ବିଭାଗ ଆଜି ମଧ୍ୟ ବର୍ଷା ଏବଂ ବରଫପାତ ହେବା ନେଇ ଦର୍ଶାଇଛି। ତେବେ ଗତକାଲି ସକାଳେ ଆକାଶ ସମ୍ପର୍ଣ୍ଣ ସଫାଥିବାବେଳେ ଅପରାହ୍ନରେ ହଠାତ କଳା ବାଦଲ ଛାଇ ହୋଇଯାଇଥିଲା । ଏବଂ ବରଫ ବର୍ଷା ଆରମ୍ଭ ହୋଇଥିଲା
ଜମ୍ମୁ-ଶ୍ରୀନଗର ନ୍ୟାସନାଲ ହାଇୱେ ଉପରେ ଜବାହାରଲାଲ ଟନେଲ ଉପରେ ପାଖାପାଖି ଛଅ ଇଞ୍ଚ ପର୍ଯ୍ୟନ୍ତ ବରଫ ଜମା ହୋଇଯାଇଥିଲା । ଏହାଛଡା ଡିଗଗୋଲ,ବାଟେରୀ ଚସମା,ବନିହାଲ୍ ବଂ ରାମବାନ୍ ଠାରେ ଭୂସ୍ଖଳନ ହେବା ସହିତ ପଥର ଧସି ହାଇୱେ ଉପରେ ପଡିଥିଲା । ଫଳରେ ହାଇୱେରେ ବହୁ ସମୟ ଧରି ବନ୍ଦ ରହିଥିଲା । ତେବେ ଏଥିରେ ଫସିରହିଥିବା ଗାଡି ଗୁଡିକୁ ବାହାର କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ପୂର୍ବରୁ ଏନେଇ ପାଣିପାଗ ବିଭାଗ ୨୦ ଏବଂ ୨୧ ତାରିଖରେ ବର୍ଷା ହେବାର ଆଶଙ୍କା କରିଥିଲା ।
ଭାସିଗଲା ଗାଡ଼ି : ଦେଖନ୍ତୁ ଭିଡିଓ
ସେପଟେ ହିମାଚଳ ପ୍ରଦେଶର କୁଲୁ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଓ ପାହାଡ଼ ଧସିବା ଆରମ୍ଭ ହୋଇଛି । ଦେଖନ୍ତୁ କୁଲୁରେ ବର୍ଷା ଯୋଗୁଁ କିଭଳି ମାଟି ଧସି ଗୋଟିଏ ଗାଡ଼ି ଭାସି ଯାଉଛି । ଅବଶ୍ୟ ଘଟଣା ଘଟିବା ବେଳେ ଗାଡ଼ିରେ କେହି ଲୋକ ନଥିଲେ ।
ଦେଖନ୍ତୁ ସେହି ଛାତି ଥରା ଦୃଶ୍ୟର ଭିଡିଓ…
#WATCH A vehicle falls into a gorge after heavy rains in Kullu, Himachal Pradesh. Nobody was present in the vehicle at the time of the incident, pic.twitter.com/XBPo30RQxf
— ANI (@ANI) 21 February 2019