ମା’ ପାର୍ବତୀଙ୍କ ଭୂମିକାରେ ନାଚୁ ନାଚୁ ଷ୍ଟେଜ୍ରେ ହିଁ ଉଡ଼ିଗଲା କଳାକାରଙ୍କ ପ୍ରାଣବାୟୁ, ଭାଇରାଲ ହେଉଛି ଭିଡିଓ

ନାଚୁ ନାଚୁ ଜୀବନ ଯାଉଥିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିବା ବେଳେ ଏବେ ପୁଣିଥରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଜମ୍ମୁ-କାଶ୍ମୀରରେ ମା’ ପାର୍ବତୀଙ୍କ ଭୂମିକାରେ ଅଭିନୟ କରୁଥିବା ଜଣେ ବ୍ୟକ୍ତି ମୃତ୍ୟୁ ଘଟିଥିବା ଘଟଣା ଏବେ ସାମ୍ନାକୁ ଆସିଛି। ନାଚୁ ନାଚୁ ସେ ପଡ଼ିଯାଇଥିଲେ। ତା’ ପରେ ଆଉ ଉଠିନଥିଲେ।
କୁହାଯାଉଛି ଯେ ମଙ୍ଗଳବାର ଜମ୍ମୁର ବିଶ୍ରେହ ତହସିଲରେ ଜାଗରଣ ଆୟୋଜିତ ହୋଇଥିଲା। ଏଥିପାଇଁ ଯୋଗେଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ମା’ ପାର୍ବତୀ ଭୂମିକାରେ ଡ୍ୟାନ୍ସ କରୁଥିଲେ। ଦୀର୍ଘ ସମୟ ଧରି ସେ ଡ୍ୟାନ୍ସ କରିବା ପରେ ହଠାତ୍ ତଳେ ଗଳି ପଡ଼ିଥିଲେ। ତା’ ପରେ ଆଉ ଉଠିନଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଙ୍କ ନିକଟକୁ ନିଆଯାଇଥିଲା। କିନ୍ତୁ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା। ଡାକ୍ତରଙ୍କ କହିବାନୁସାରେ, ହାର୍ଟ ଆଟାକ୍ ଯୋଗୁ ତାଙ୍କ ମୃତ୍ୟୁ ଘଟିଛି।
ମାତ୍ର ୨୦ ବର୍ଷରେ ଗଲା ଜୀବନ:
ଗଣେଶ ପୂଜା ଅବସରରେ ଜମ୍ମୁ ଜିଲ୍ଲାରେ ଏହି ଜାଗରଣ ଅନୁଷ୍ଠିତ ହୋଇଥିଲା। ଏ ଅବସରରେ କଳାକାରମାନେ ଦେବୀ ଦେବତାଙ୍କ ଭୂମିକାରେ ଡ୍ୟାନ୍ସ କରୁଥିଲେ। ମଞ୍ଚରେ ଶିବ-ପାର୍ବତୀଙ୍କ ଲୀଳା କରାଯାଉଥିଲା। ଏଥିରେ ମା’ ପାର୍ବତୀଙ୍କ ଭୂମିକାରେ ଯୋଗେଶ ଗୁପ୍ତା (୨୦) ଅଭିନୟ କରିଥିଲେ। ସେ ଷ୍ଟେଜ୍ରେ ଶିବସ୍ତୁତିରେ ଡ୍ୟାନ୍ସ କରୁଥିଲେ। କିନ୍ତୁ ଜାଣି ନଥିଲେ ଏହା ତାଙ୍କ ଶେଷ ନୃତ୍ୟ।
#BREAKING
Yogesh Gupta, who was playing the role of Mother Parvati in #Jammu, suddenly had a cardiac arrest and then died in a few moments. He was just 20 years Old.
Its #ShockingMay god Rest him in peace.#RIP #heartattack pic.twitter.com/chT0Shjy84
— Jasmeen Kaur (@Jasmeen66480371) September 8, 2022
ଏହା ପୂର୍ବରୁ ବରେଲିରେ ଜଣେ ବ୍ୟକ୍ତି ଜନ୍ମଦିନ ଉତ୍ସବରେ ନାଚିବା ବେଳେ ପ୍ରାଣ ହରାଇଥିଲେ। ନାଚୁ ନାଚୁ ସେ ଅଚେତ୍ ହୋଇ ତଳେ ଗଳିପଡ଼ିଥିଲେ। ପରେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।
ସେହିପରି ଆଉ କିଛି ଦିନ ତଳେ ମୋହନପୁରୀରେ ଗଣେଶ ପେଣ୍ଡାଲରେ ନାଚିବା ବେଳେ କଳାକାର ରବି ଶର୍ମାଙ୍କ ମୃତ୍ୟୁ ଘଟିଥିଲା। ଏହି ସମୟରେ ଘଟଣାସ୍ଥଳରେ ଶତାଧିକ ଲୋକ ଉପସ୍ଥିତ ଥିଲେ। ହନୁମାନ କଷ୍ଟ୍ୟୁମ୍ରେ ନାଚିବା ବେଳେ ଅଚାନକ କଳାକାର ଷ୍ଟେଜ୍ରେ ଗଳି ପଡ଼ିଥିଲେ। ଦର୍ଶକ ଭାବିଥିଲେ ଯେ ସେ ବୋଧେ ଅଭିନୟ କରୁଛନ୍ତି। କିନ୍ତୁ କିଛି ସମୟ ଯାଏଁ ସେ ହଲଚଲ ନ ହେବାରୁ ସନ୍ଦେହ ବଢ଼ିଥିଲା। ପରେ ଲୋକମାନେ ତାଙ୍କ ନିକଟକୁ ଆସିବାରୁ ଜାଣିବାକୁ ପାଇଥିଲେ ଯେ ରବି ଆଉ ନାହାନ୍ତି।
Also Read: ଦୈନିକ ରାଶିଫଳ, ଜାଣନ୍ତୁ ଦିନ କେମିତି କଟିବ