ଜାପାନ: କରୋନା ସଂକ୍ରମଣ ବୃଦ୍ଧି ନେଇ ଅଗଷ୍ଟ ୩୧ ଯାଏ ଜରୁରୀକାଳୀନ ଘୋଷଣା କଲେ ସରକାର

ଟୋକିଓ :  କରୋନା ସଂକ୍ରମଣ କିଛି ଦେଶରେ ହ୍ରାସ ପାଇଥିଲା ବେଳେ ଏବେ ପୁଣି ଥରେ ବଢ଼ିବାରେ ଲାଗିଛି । ଚୀନରେ କିଛି ଦିନ ତଳେ କରୋନା ସଂକ୍ରମଣ ବୃଦ୍ଧି ନେଇ ଖବର ଆସିଥିଲା । ଏବେ ପୁଣି ଥରେ ଜାପାନରେ ସଂକ୍ରମଣ ବୃଦ୍ଧି ପାଇଛି ।

ହଠାତ୍‌ ସଂକ୍ରମଣଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବାରୁ ଜାପାନ ସରକାର ଅଗଷ୍ଟ ୩୧ ଯାଏ ଦେଶର ବିଭିନ୍ନ ସ୍ଥାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଜାପାନର ଟୋକିଓ, ଚିବା, ସୈତାମା,ଓସାକା, କାନାଗାମା ଓ ଓ୍ଵକିନାଓରାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

japan
photo credit: dw.com

ଟୋକିଓରେ ଅଲମ୍ପିକ ଚାଲିଥିବାରୁ ବିଭିନ୍ନ ଦେଶର ଲୋକ ଏକାଠି ହୋଇଛନ୍ତି । ତେଣୁ ସେଠାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ଟୋକିଓ ଏବଂ ଓ୍ଵକିନାଓରାରେ ୨ ଦିନରେ ୩ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ସେହିପରି ଟୋକିଓ ଅଲମ୍ପିକରୁ ମଧ୍ୟ ୨୧ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଗୋଟିଏ ଦିନରେ ସର୍ବାଧିକ ୧୦ ହଜାର ସଂକ୍ରମିତ ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.