ଜାପାନରେ ଟାଇଫୁନ୍ ‘ଜେବି’ର ଭୟଙ୍କର ରୂପ

ଟୋକିଓ : ଜାପାନରେ ଭୟଙ୍କର ଝଡ଼ବାତ୍ୟା । ୨୫ ବର୍ଷ ଭିତରେ ସବୁଠୁ ବଡ଼ ବାତ୍ୟା ବା ଟାଇଫୁନ୍ ଆସିଛି । ଆଜି ଏହି ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ହୋଇପଡ଼ିଛି । ତେଣୁ ଲକ୍ଷ ଲକ୍ଷ ଲୋକଙ୍କୁ ଘର ଛାଡ଼ି ନିରାପଦ ସ୍ଥାନକୁ ଚାଲି ଯିବା ପାଇଁ ସତର୍କ କରି ଦିଆଯାଇଛି। ଟାଇଫୁନ୍ ‘ଜେବି’ ଆଜି ସିକୋକୁ ଦ୍ବୀପାଞ୍ଚଳରେ ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାକୁ ୧୭୦ କିଲୋମିଟରରୁ ଅଧିକ ବେଗରେ ପବନ ବହୁଛି ।

TYPHOON JEBI-2

ଅନେକ ଜାଗାରେ ରାସ୍ତା ଓ ପୋଲ ଉପରେ ଯାନବାହନ ସବୁ ଓଲଟି ପଡ଼ିଛି । କାନସାଇ ବିମାନବନ୍ଦରରେ ପାଣି ପଶି ଯାଇଛି । କିଛି ଲୋକ ପ୍ରାଣ ହରାଇଥିବା ମଧ୍ୟ ସୂଚନା ମିଳିଛି । ବିଦ୍ୟୁତ ସରବରାହ ଠପ୍ ହୋଇଯାଇଛି । ଟାଇଫୁନ୍ ଯୋଗୁଁ ସମୁଦ୍ରରେ ବହୁ ଉଚ୍ଚର ଜୁଆର ଉଠିବ, ବନ୍ୟା ଏବଂ ମାଟି ଧସିବାର ମଧ୍ୟ ସମ୍ଭାବନା ରହିଛି । ତେବେ ‘ଜେବି’ ସ୍ଥଳଭାଗ ଛୁଇଁବା ପରେ ଆଗକୁ ଦୁବଳ ହେବ ବୋଲି ପାଣିପାଗ ବିଭାଗ କହିଛି । ୧୯୯୩ରେ ଏଭଳି ଭୟଙ୍କର ବିପଦ ଆସିଥିଲା । ଯେଉଁଥିରେ ୪୮ ଜଣ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like