ଜାପାନ ପ୍ରଧାନମନ୍ତ୍ରୀ ଗୁପ୍ଚୁପ୍ ଖାଇଲେ, ଲସି ଓ ଆମ୍ବ ପଣା ପିଇଲେ ଆଉ କହିଲେ ଓ୍ଵାଃ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ : ଭାରତର ଚଟ୍ପଟା ଖାଦ୍ୟର ମଜା ନେଲେ ଜାପାନ ପ୍ରଧାନମନ୍ତ୍ରୀ । ଏବେ ଭାରତ ଗସ୍ତରେ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ବୁଦ୍ଧ ଜୟନ୍ତୀ ପାର୍କକୁ ଯାଇଥିଲେ । ସେଠାରେ ଗୁପ୍ଚୁପ୍, ଲସି ଓ ଆମ୍ବପଣା ପିଇଥିଲେ । ଆଉ ଏସବୁ ଖାଦ୍ୟ ତାଙ୍କୁ ଖୁବ୍ ଭଲ ଲାଗିଥିଲା । ତାର ମଜା ନେଇଥିଲେ ପ୍ରଧାନମନ୍ତ୍ରୀ କିସିଦା ଯାହାର ଭିଡିଓ ବାହାରକୁ ଆସିଛି ।
ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଅନେକ ଲୋକ ସେମାନଙ୍କ ମତାମତ ରଖିଛନ୍ତି । କହିଛନ୍ତି କି ଏ ଖାଦ୍ୟ ଜାପାନ ପ୍ରଧାନମନ୍ତ୍ରୀଙ୍କ ଦେହରେ ଯିବନି । ତାଙ୍କ ଦେହ ଖରାପ ହୋଇ ଯାଇ ପାରେ । ହେଲେ ଭିଡିଓ ଦେଖିଲେ ଲାଗୁଛି କି ସେ ଏସବୁ ଚଟପଟି ଖାଦ୍ୟର ବେଶ୍ ମଜା ନେଉଛନ୍ତି ।
ଏହି ଗସ୍ତ ବେଳେ ମୋଦି ତାଙ୍କୁ କଦମ୍ବ କାଠରେ ତିଆର ଏକ ବାକ୍ସ ଭିତରେ ଚନ୍ଦନରେ ନିର୍ମିତ ବୁଦ୍ଧମୂର୍ତ୍ତି ଉପହାର ଭାବେ ଦେଇଥିଲେ ।