କର୍ମଚାରୀଙ୍କୁ ଅଫର୍‌ ଦେଲା ଜାପାନୀ କମ୍ପାନୀ, ‘ସିଗାରେଟ୍‌ ଛାଡ଼, ୬ ଦିନ ବୈତନିକ ଛୁଟି ନିଅ’

ଜାପାନର ଏକ କମ୍ପାନୀ ଧୂମପାନ ଛାଡ଼ିବା ପାଇଁ ନିଜ କର୍ମଚାରୀମାନଙ୍କୁ ୬ ଦିନ ଅତିରିକ୍ତ ବୈତନିକ ଛୁଟି (extra paid vacation)ର ଅଫର୍‌ ଦେଇଛି। ଏହି ଅଫର୍‌କୁ ଏବେ କମ୍ପାନୀର ପଲିସିରେ ସାମିଲ କରାଯାଇଛି। ତେବେ ଏହାପୂର୍ବରୁ ସିଗାରେଟ୍‌ ବ୍ରେକ୍‌ ଦ୍ୱାରା କର୍ମଚାରୀମାନଙ୍କ କାଯ୍ୟର୍ କ୍ଷମତା ଉପରେ ପ୍ରଭାବ ପଡ଼ୁଥିବା ନେଇ ପ୍ରଶ୍ନ ଉଠିଥିଲା।

ଟୋକିଓସ୍ଥିତ ମାର୍କେଟିଙ୍ଗ୍‌ ଫାର୍ମ ପିଆଲା INCର ଅଫିସ୍‌ ଏକ ବହୁତଳ ବିଶିଷ୍ଟ ଅଟ୍ଟାଳିକାର ୨୯ତମ ମହଲାରେ ରହିଛି। ଯେଉଁ କର୍ମଚାରୀ ସିଗାରେଟ୍‌ ପିଇଥାଆନ୍ତି, ସେମାନଙ୍କୁ ତଳ ବେସ୍‌ମେଣ୍ଟକୁ ଯିବାକୁ ପଡ଼ିଥାଏ। ଏହି ସିଗାରଟ୍‌ ବ୍ରେକ୍‌ରେ ସେମାନଙ୍କୁ ପାଖାପାଖି ୧୫ ମିନିଟ୍‌ ସମୟ ଲାଗିଥାଏ। କିନ୍ତୁ ସେପଟେ ସିଗାରେଟ୍‌ ପିଉ ନ ଥିବା କର୍ମଚାରୀମାନେ ଏହା ଦେଖି ଖୁବ୍‌ ରାଗିଯାଉଥିଲେ। କାରଣ, ସେମାନଙ୍କୁ କୌଣସି ପ୍ରକାର କିଛି ଅତିରିକ୍ତ ରିଫ୍ରେଶମେଣ୍ଟର ଟାଇମ୍‌ ମିଳୁ ନ ଥିଲା।

ଏହାସହ ପଢ଼ନ୍ତୁ: ସାଧାରଣ ଲୋକଙ୍କ ପାଇଁ ବନାଇଲେ ଟଙ୍କାର ସିଂହାସନ, ଅଜବ ଥିଲା ଲକ୍ଷ୍ୟ

ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ

INC ପିଆଲାର ପ୍ରବକ୍ତା ହିରୋତାକା ମସ୍ତୁଶିମା କହିଛନ୍ତି, ବର୍ଷେ ପୂର୍ବରୁ ଅଭିଯୋଗ ବକ୍ସରୁ ସିଇଓଙ୍କ ନାଁରେ ଏକ ଚିଠି ମିଳିଥିଲା। ଏଥିରେ ସିଗାରେଟ୍‌ ବ୍ରେକ୍‌କୁ ନେଇ ଉପୁଜୁଥିବା ସମସ୍ୟା ବିଷୟରେ ଲେଖାଯାଇଥିଲା। ଏହାସହ ସମୟ ନଷ୍ଟ ହେଉଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଥିଲା। ସିଇଓ ଏହି ବିଚାରରେ ସହମତି ପ୍ରକାଶ କରିଥିଲେ। ସେ ସିଗାରେଟ୍‌ ବ୍ରେକ୍‌ ନେଉ ନ ଥିବା କର୍ମଚାରୀମାନଙ୍କ ପାଇଁ ୬ ଦିନର ଅତିରିକ୍ତ ବୈତନିକ ଅବକାଶ ଘୋଷଣା କରିଦେଲେ।

କମ୍ପାନୀର ମୁଖ୍ୟ କାଯ୍ୟର୍କାରୀ ଅଧିକାରୀ ତାକାଓ ଅସୁକା କହିଛନ୍ତି, ମୁଁ ଆଶା କରୁଛି, ଆମ କର୍ମଚାରୀମାନେ ୬ ଦିନ ଛୁଟି ନେବା ପାଇଁ ଖୁବ୍‌ଶୀଘ୍ର ସିଗାରେଟ୍‌ ପିଇବା ଛାଡ଼ିଦେବେ। ନଚେତ୍‌ ସେମାନଙ୍କ ଉପରେ ଅର୍ଥଦଣ୍ଡ ସହ ଉଚିତ କାଯ୍ୟର୍ାନୁଷ୍ଠାନ ଗ୍ରହଣ କରାଯିବ।

ଏହାସହ ପଢ଼ନ୍ତୁ: ମିଳିଲା ବିକ୍ରମ ଲ୍ୟାଣ୍ଡରର ସନ୍ଧାନ, ଫଟୋ ଜାରି କଲା ନାସା

ଟୋକିଓ ପ୍ରଶାସନ ମଧ୍ୟ କଠୋର ନିୟମ କଲେ

ଜାପାନରେ କମ୍ପାନୀଗୁଡ଼ିକ ଧୂମପାନ ଉପରେ ଅଙ୍କୁଶ ଲଗାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଟୋକିଓ ପ୍ରଶାସନ ମଧ୍ୟ ଟୋକିଓ ଅଲିମ୍ପିକ୍‌ ୨୦୨୦କୁ ନଜରରେ ରଖି ଧୂମପାନ ରୋକିବା ଲାଗି ଗତବର୍ଷ କଡ଼ା ନିୟମ ଲାଗୁ କରିଛନ୍ତି। କିନ୍ତୁ ଏଠାରେ ଡ୍ୟାନ୍ସ ଏବଂ ବାର୍‌ରେ ବସି ସିଗାରେଟ୍‌ ପିଇବା ପାଇଁ ଅନୁମତି ଅଛି।

Roshni

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

27 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

1 hour ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

2 hours ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago