ଇସ୍ତଫା ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶଦା, ଲଢିବେନି ନିର୍ବାଚନ

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶଦା ନିଜ ଇସ୍ତଫା ଘୋଷଣା କରିଛନ୍ତି । ଫୁମିଓ କହିଛନ୍ତି, ସେପ୍ଟେମ୍ବରରେ ନିଜର ପଦ ଛାଡିବେ । ତାଙ୍କର ୩ ବର୍ଷର କାର୍ଯ୍ୟକାଳ ଶେଷ ହୋଇଯିବ । ଏହାଛଡା ସେପ୍ଟେମ୍ବରରେ ହେବାକୁ ଥିବା ପାର୍ଟି ଅଧ୍ୟକ୍ଷ ନିର୍ବାଚନ ପଦ ଲଢିବାକୁ ମଧ୍ୟ ମନା କରିଛନ୍ତି । ଜାପାନର ସରକାରୀ ଟିଭି ଚ୍ୟାନେଲରେ ଏହାର ସୂଚନା ମିଳିଛି ।

ଜାପାନ ପ୍ରଧାନମନ୍ତ୍ରୀ ନିଜ ପାର୍ଟିର ଅଧିକାରୀଙ୍କ ଏହି ସୂଚନା ଦେଇଛନ୍ତି । ସେପ୍ଟେମ୍ବରରେ ହେବାକୁ ଥିବା ପାର୍ଟି ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି କହିଛନ୍ତି । ଫୁମିଓଙ୍କୁ ୨୦୨୧ରେ ଲିବରଲ ଡେମୋକ୍ରାଟିକ ପାର୍ଟିର ଅଧ୍ୟକ୍ଷ ନିର୍ବାଚନ କରାଯାଇଥିଲା । ତାଙ୍କ କାର୍ଯ୍ୟକାଳ ସେପ୍ଟେମ୍ବରରେ ଶେଷ ହେବ ।

ଫୁମିଓ ନିର୍ବାଚନ ଲଢିବାକୁ ମନା କରିବା ଅର୍ଥାତ୍‌ ପାର୍ଟିର ଭୋଟ ଜିତିବା ନୂଆ ନେତା ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଫୁମିଓଙ୍କ କାର୍ଯ୍ୟକାଳରେ ତାଙ୍କ ପାର୍ଟିର ଅନେକ ନେତାଙ୍କ ଭ୍ରଷ୍ଟାଚାର ଏବଂ ଘୋଟାଲା ବିଷୟରେ ଜଣାପଡିଛି । ଯେଉଁଥିରେ ତାଙ୍କ ଲୋକପ୍ରିୟତା ୨୦ ପ୍ରତିଶତ କମିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଜାପାନ ସରକାରଙ୍କ ପାର୍ଟି ଅନେକ ବିବାଦରେ ଫସିଛି । ଗତବର୍ଷ ଡିସେମ୍ବରରେ ରାଜନୈତିକ ଫଣ୍ଡିଂକୁ ନେଇ ବିବାଦ ହୋଇଥିଲା । ପାର୍ଟିରେ ମଧ୍ୟ ଫୁମିଓକୁ ନେଇ ଅନ୍ତଃକନ୍ଦଳ ଲାଗି ରହିଥିଲା । ତେବେ ଜାପାନାରେ ଅକ୍ଟୋବର ମାସରେ ନିର୍ବାଚନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.