୧୦ ବର୍ଷ ଯାଏ ମା’ଙ୍କ ଶବକୁ ଫ୍ରିଜ ଭିତରେ ଲୁଚାଇ ରଖିଥିଲେ ଏହି ମହିଳା

ଦିନକୁ ଦିନ ମଣିଷ ହରାଇ ବସୁଛି ସବୁ ମାନବୀୟ ଗୁଣ । ସାମାନ୍ୟ ସ୍ୱାର୍ଥ ପାଇଁ ହୋଇ ଉଠୁଛି ହିଂସ୍ର । ଜଣେ ଝିଅ ତା’ର ମା’ଙ୍କ ମୃତ୍ୟୁ ପରେ ତାଙ୍କର ଶବ ସତ୍କାର ନକରି ତାଙ୍କୁ ଦୀର୍ଘ ୧୦ ବର୍ଷ ଯାଏ ଏକ ଫ୍ରିଜ୍‌ରେ ରଖିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏପରି ଘଟଣା ଘଟିଛି ଜାପାନରେ । ଯାହା ଅପରାଧର ସବୁ ରେକର୍ଡକୁ ଭାଙ୍ଗିଦେଇଛି ।

ଏଠାରେ ୟୁମି ୟଶିନୋ ନାମକ ଜଣେ ୪୮ ବର୍ଷ ବୟସ୍କା ମହିଳା ଜାପାନର ରାଜଧାନୀ ଟୋକିଓର ଏକ ଫ୍ଲାଟ୍‌ରେ ରୁହନ୍ତି । ପ୍ରାୟ ୧୦ ବର୍ଷ ପୂର୍ବରୁ ୟୁମିଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଛି । ହେଲେ ଏହି ମହିଳା ଜଣକ ଚୁପ୍‌ଚାପ୍‌ ଶବକୁ ଏକ ଫ୍ରିଜ୍‌ରେ ରଖି ବନ୍ଦ କରିଦେଇଥିଲେ । ଏହି ଘଟଣା ଜଣାପଡ଼ିବା ପରେ ପୁଲିସ୍‌ ୟୁମିକୁ ଗିରଫ କରିଛି ।

ବାସ୍ତବରେ ମହିଳାଙ୍କୁ ଡର ଥିଲା ଯେ ମା’ଙ୍କ ମୃତ୍ୟୁ ଖବର ଜାଣିବା ପରେ କାଳେ ନଗର ନିଗମ ତାଙ୍କୁ ଆପାର୍ଟମେଣ୍ଟରୁ ବାହାର କରିଦେବେ । କାରଣ ଫ୍ଲାଟ୍‌ ଟି ମା’ଙ୍କ ନାମରେ ଦିଆଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ ମା’ଙ୍କ ମୃତ୍ୟୁ ସମୟରେ ମା’ଙ୍କ ବୟସ ୭୦ ବର୍ଷ ଥିଲା । ତେବେ ମହିଳାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ପୋଲିସ ତଦନ୍ତ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.