ଆମେରିକା ସଂସଦରେ ଜୟ ଶ୍ରୀକୃଷ୍ଣ ଧ୍ୱନି, ଭାରତୀୟ ପରମ୍ପରାର ଝଲକ

ଆମେରିକା ସଂସଦରେ ଜୟ ଶ୍ରୀକୃଷ୍ଣ ଧ୍ୱନି । ଭାରତୀୟ ପରମ୍ପରାର ଝଲକ । ବାପା-ମାଆଙ୍କୁ ମୁଣ୍ଡିଆ ମାରିଲେ ଆଉ ଜୟ ଶ୍ରୀକୃଷ୍ଣ କହିଲେ। ଅବସର ଥିଲା ସିନେଟ ଜୁଡିସିଆଲ କମିଟିରେ କନଫର୍ମେସନ ହିଅରିଂ। ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲଙ୍କୁ ଡୋନାଲଡ ଟ୍ରମ୍ପ ଏଫବିଆଇ ନିର୍ଦ୍ଦେଶକ ପଦ ପାଇଁ ନୋମିନେଟ୍ କରିଥିଲେ ।

ଏଫବିଆଇ ମୁଖ୍ୟ ପଦ ସମ୍ଭାଳିବା ପୂର୍ବରୁ ସିନେଟରେ କନଫର୍ମେସନ ହିଅରିଂ ହୋଇଥିଲା । ଏହି ହିଅରିଂ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାରତରୁ ଯାଇଥିଲେ ତାଙ୍କ ବାପାମାଆ ।  ଏହାସହ ତାଙ୍କ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ । କାଶ୍ ପଟେଲ ଶୁଣାଣି ପୂର୍ବରୁ ବାପା-ମାଆଙ୍କ ପାଖକୁ ଆସି ମୁଣ୍ଡିଆ ମାରିଥିଲେ ।

ଏହାସହ ଶୁଣାଣି ସମୟରେ ଜୁଡିସିଆଲ କମିଟର ସମସ୍ତ ସଦସ୍ୟଙ୍କୁ ବାପା-ମାଆ ଓ ଉଭଣୀଙ୍କ ପରିଚୟ କରାଇ, ସେମାନେ ତାଙ୍କର ଦୁନିଆ ବୋଲି କହିଥିଲେ । ବାପା-ମାଆଙ୍କ ପରିଚୟ କରାଇ ଶେଷରେ ଜୟ ଶ୍ରୀକୃଷ୍ଣ କହି ନିଜର ପ୍ରତିକ୍ରିୟା ରଖିଥିଲେ। ଏ ଭିଡିଓ ଏବେ ଖୁବ୍ ଭାଇରାଲ ହୋଇଛି । ଆଜି ସେ ଯେଉଁ ସ୍ତରରେ ପହଞ୍ଚିଛନ୍ତି ସେଥିଲାଗି ତାଙ୍କ ପରିବାର ଓ ଭାରତୀୟ ମୂଲ୍ୟବୋଧକୁ ଶ୍ରେୟ ଦେଇଥିଲେ କାଶ୍ ପଟେଲ । କାଶ୍ ପଟେଲଙ୍କ ସମ୍ପର୍କ ଗୁଜରାଟ ସହ ରହିଛି । ୧୯୭୦ ଦଶକରେ ତାଙ୍କ ବାପା-ମାଆ ଉଗାଣ୍ଡରୁ କାନାଡା ଓ ପରେ ଆମେରିକା ଯାଇଥିଲେ । ୧୯୮୦ରେ ନ୍ୟୁୟର୍କରେ କାଶ୍ ପଟେଲଙ୍କ ଜନ୍ମ ହୋଇଥିଲେ ।