ଜୟପୁରରୁ ଚେନ୍ନାଇ ଆସୁଥିବାବେଳେ ବିମାନର ଟାୟାର ଫାଟିଲା, ଅଳ୍ପକେ ବଞ୍ଚିଲେ ଯାତ୍ରୀ

ଜୟପୁରରୁ ଚେନ୍ନାଇ ଆସୁଥିବାବେଳେ ବିମାନର ଟାୟାର ଫାଟିଥିଲା । ଫଳରେ ବିମାନଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ରବିବାର ସକାଳୁ ଚେନ୍ନାଇ ଏୟାରପୋର୍ଟ ଲ୍ୟାଣ୍ଡିଂ ସମୟରେ ଟାୟାର ଫାଟିଯାଇଥିଲା । ଯାହାଫଳରେ ପ୍ଲେନରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଯାନ୍ତ୍ରିକ ତ୍ରୁଟି ହେତୁ ଫ୍ଲାଇଟଟିକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା ।
ସୂଚନାନୁଯାୟୀ, ଏହି ବିମାନଟି ଅଳ୍ପକେ ଦୁର୍ଘଟଣାରୁ ବଞ୍ଚି ଯାଇଥିବାରୁ କାହାରି ଜୀବନହାନୀ ଘଟିନାହିଁ । ସଠିକ୍ ସମୟରେ ଲ୍ୟାଣ୍ଡିଂ କରି ବୁଦ୍ଧିମାନର କାମ କରିଛନ୍ତି ପାଇଲଟ । ଯାହା ଦ୍ବାରା ସମସ୍ତେ ପାଇଲଟଙ୍କୁ ସାଧୁବାଦ ଜଣାଇଛନ୍ତି । ଲ୍ୟାଣ୍ଡିଂ ପରେ ବିମାନଟିକୁ ଯାଞ୍ଚ କରାଯାଇଛି । ଏହି ଦୁର୍ଘଟଣାରେ ଚକ ନମ୍ବର ୨ରେ ତ୍ରୁଟି ଏବଂ ଟାୟାର ଭିତର ବାମ ପାର୍ଶ୍ୱରୁ ଟାୟାର ଖଣ୍ଡ ବାହାରି ଆସିଥିବା ଦେଖାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ବାହାରିଥିଲେ ।
ଅନ୍ୟପଟେ ମାର୍ଚ୍ଚ ୨୯ ତାରିଖରେ ପାଟନାରୁ ଦିଲ୍ଲୀ ଯାଉଥିବା ସମୟରେ ଆଉ ଏକ ବମାନ ଦୁର୍ଘଟଣା ଭଳି ଦୁଃଖଦ ଖବର ସାମ୍ନାକୁ ଆସିଥିଲା । ହଠାତ୍ ଉଡାଣ ମଝିରେ ଜଣେ ଯାତ୍ରୀଙ୍କର ଅଚାନକ ପ୍ରାଣବାୟୁ ଚାଲିଯାଇଥିଲା । ଏପରି ପରିସ୍ଥିତିକୁ ଆଖି ଆଗରେ ରଖି ଉକ୍ତ ବିମାନ ଜରୁରୀକାଳୀନ ଅବତରଣ ଲକ୍ଷ୍ନୌଠାରେ କରିଥିଲା । ଏପରି ଅନେକ ଘଟଣା ଅନେକ ସମୟରେ ଘଟୁଛି । ଯାହାର ତଦନ୍ତ ପ୍ରକ୍ରିୟା ଚାଲୁରହିଛି ।
Also Read : ମହାରାଷ୍ଟ୍ର ମସଜିଦରେ ଭୟଙ୍କର ବିସ୍ଫୋରଣ, ୨ ଜଣ ବ୍ୟକ୍ତି ଗିରଫ