ଆମ ପୂର୍ବପୁରୁଷଙ୍କ ଜମିରେ ତିଆରି ହୋଇଛି ତାଜମହଲ: ଜୟପୁର ରାଜକୁମାରୀ

ଜୟପୁର ରାଜକୁମାରୀ ଦିୟା କୁମାରୀ ତାଜମହଲକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ଯେଉଁ ସ୍ଥାନରେ ତାଜ ମହଲ ନିର୍ମିତ ହୋଇଛି ସେହି ସ୍ଥାନ ହେଉଛି ତାଙ୍କ ରାଜବଂଶର ଅର୍ଥାତ ଜୟପୁର ରାଜବଂଶର । ଦିୟାଙ୍କ ଅନୁଯାୟୀ ଏହି ଜମି ଜୟପୁର ରାଜବଂଶର ବୋଲି ତାଙ୍କ ନିକଟରେ ଆବଶ୍ୟକୀୟ ପ୍ରମାଣ ପତ୍ର ମଧ୍ୟ ରହିଛି । ଆଲ୍ଲାହାବାଦ ହାଇକୋର୍ଟର ଲଖନଉ ବେଞ୍ଚ, ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆକୁ ତାଜ ମହଲ ଭିତରେ ଥିବା ୨୨
ଗୋଟି କୋଠରୀକୁ ତନାଘନା କରିବା ପାଇଁ ଏକ ପିଟିସନ ଦାୟର ହେବା ପରେ ରାଜକୁମାରୀ ଦିୟା ଏହି ରାୟ ଦେଇଛନ୍ତି । ପ୍ରକୃତରେ ସେହି ୨୨ ଗୋଟି କୋଠରୀରେ ହିନ୍ଦୁ ଦେଵାଦେବୀ ଅଛନ୍ତିକି ନାହିଁ ସେବାବଦରେ ଜାଣିବା ପାଇଁ ଏହି ପିଟିସନ ଦାୟର ହୋଇଥିଲା । ଅନ୍ୟପକ୍ଷରେ ଦାୟର ହୋଇଥିବା ଏହି ପିଟିସନକୁ ସମର୍ଥନ କରି ରାଜକୁମାରୀ ତଥା ବିଜେପି ନେତ୍ରୀ ଦିୟା କୁମାରୀ ରାୟ ଦେଇଛନ୍ତିକି, ତାଜ ମହଲ ନିର୍ମାଣ ହେବା ପୂର୍ବରୁ ସେହି ସ୍ଥାନରେ କଣ ଥିଲା, ସେହି ଜମି କାହାର ଥିଲା ସେ ନେଇ ଜାଣିବା ପାଇଁ ସାଧାରଣ ଲୋକଙ୍କର ସମ୍ପୂର୍ଣ୍ଣ ଅଧିକାର ଅଛି । ଜୟପୁର ରାଜପରିବାର ନିକଟରେ ଏନେଇ ପୁରା ପ୍ରମାଣ ରହିଛି ଦରକାର ପଡିଲେ ସେଗୁଡିକୁ ସାମ୍ନାକୁ ଅଣାଯିବ ବୋଲି କହିଛନ୍ତି ରାଜକୁମାରୀ ଦିୟା କୁମାରୀ ।

ମୋଗଲ ସମ୍ରାଟ ଶାହାଜାହାନ ତାଙ୍କ ପୂର୍ବ ପୁରୁଷଙ୍କ ଠାରୁ ଏହି ଜମିକୁ ଅକ୍ତିଆର କରି ନେଇଥିଲେ । ଜମି ବାବଦରେ ସେ ସମୟରେ କେତେ ପରିମାଣରେ ଅର୍ଥ ଦିଆଯାଇଛି ସେହି ଧନ ସେସମୟରେ ଗ୍ରହଣ ଯୋଗ୍ୟ ହୋଇଥିଲା କି ନାହିଁ ସେ ବିଷୟରେ ସେ ଠିକରେ କହିପାରିବେ ନାହିଁ ବୋଲି କହିଛନ୍ତି ଦିୟା କୁମାରୀ । ଏ ବାବଦରେ “ପୋଥୀଖାନା”ରେ ଲେଖାଯାଇଛି । ଏହି ଜମି ସମ୍ପୂର୍ଣ୍ଣ ରୂପେ ଆମ ପରିବାରର । ଶାହାଜାହାନ ହିଁ ଏହାକୁ ସେମୟରେ ଅକ୍ତିଆର କରିଥିଲେ ।  ଯଦିବା ସେସମୟରେ କୌଣସି ଆଇନଗତ ପ୍ରମାଣ ନଥିଲା କୌଣସି ଅପିଲ କରାଯାଇନଥିଲା । କିନ୍ତୁ ପୋଥୀଖାନାକୁ ତନାଘନା କରାଯିବା ପରେ ହିଁ ସେ ବିଷୟରେ ଜଣାପଡିବ ବୋଲି ଦିୟା କହିଛନ୍ତି ।

 

Leave A Reply

Your email address will not be published.