ଦେଶ ବିଦେଶ

ଏନଡିଏରେ ମିଶିଲା ଜେଡିଏସ୍‌, ଦକ୍ଷିଣରେ ବିଜେପିର ବଢ଼ିଲା ପ୍ରଭାବ

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ପୁଣି ଏକ କାର୍ଡ ଖେଳିଛି । ଏଚଡି କୁମାରସ୍ୱାମୀଙ୍କ ଜେଡିଏସ (ଜନତାଦଳ ସିକୁଲାର) ଏନଡିଏ ସହ ହାତ ମିଳାଇଛି । ବଢ଼ିଲା ଏନଡିଏର କଳେବର । ଅର୍ଥାତ ଆଗାମୀ ନିର୍ବାଚନ ଉଭୟ ମିଳିତ ଭାବେ ଲଢ଼ିବେ ।

ଗତ କିଛି ଦିନ ଧରି ଜେଡିଏସ ମିଶ୍ରଣ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଜି (ଶୁକ୍ରବାର) ଘୋଷଣା କରି କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନରେ ଜେଡିଏସ ଏନଡିଏ ସହ ମିଶି ନିର୍ବାଚନ ଲଢ଼ିବ ।

ବିଜେପି ପାଇଁ ଜେଡିଏସ ସହ ମିଶ୍ରଣ ଏକ ଭଲ ସୂଚନା । କାରଣ କର୍ଣ୍ଣାଟକରେ ଜେଡିଏସ ଏକ ମଜବୁତ ପାର୍ଟି । ଦକ୍ଷିଣାଞ୍ଚଳ ରାଜ୍ୟରେ ଜେଡିଏସର ସ୍ଥିତି ବହୁତ ସୁଦୃଢ଼ ରହିଛି । ଚଳିତ ବିଧାନସଭାରେ କର୍ଣ୍ଣାଟକରେ ବିଜେପିର ଯେଭଳି ଶୋଚନୀୟ ପରାଜୟ ହେଲା, ସେ ଦୃଷ୍ଟିରୁ ଏନଡିଏ ସହ ଜେଡିଏସର ମିଶ୍ରଣ ବିଜେପି ପାଇଁ ଏକ ବଡ଼ ସୁଯୋଗ ଆଣି ଦେବ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏନଡିଏରେ ସାମିଲ ହୋଇଛି ଜେଡିଏସ। ଗତକାଲି ଜେଡିଏସ ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ଓ ତାଙ୍କ ପୁଅ ଏଚଡି କୁମାରସ୍ବାମୀ ଅମିତ ଶାହ ଓ ଜେପି ନଡ୍ଡାଙ୍କୁ ପାର୍ଲ୍ୟାମେଣ୍ଟରେ ସାକ୍ଷାତ କରିଥିଲେ।

୨୦୨୪ ଲୋକସଭା ନିର୍ବାଚନରେ ବିଜେପି – ଜେଡିଏସ ମେଣ୍ଟ ନେଇ ଆଲୋଚନା ହୋଇଥିଲା। ଆଜି ଦେବେଗୌଡ଼ା ଓ କୁମାର ସ୍ବାମୀଙ୍କୁ ବିଜେପି ସ୍ବାଗତ କରିଥିଲା। ଆଗାମୀ ଲୋକସଭା ନିର୍ବାଚନ ପାଇଁ ଜେଡିଏସ ସହ ମେଣ୍ଟ ନେଇ ବିଜେପି ବିଚାର କରୁଛି ବୋଲି ପ୍ରଥମେ ବିଏସ୍ ୟେଦୁରପ୍ପା ସୂଚନା ଦେଇଥିଲେ। ଏହା ପରେ ଏନଡିଏରେ ଜେଡିଏସ ମିଶିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।

ତେବେ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିଥିଲା ଜେଡିଏସ। ସେତେବେଳେ କର୍ଣ୍ଣାଟକରେ ଦୁଇ ଦଳ ମିଳିତ ସରକାର ଚଳାଉଥିଲେ । କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ଥିଲେ । କର୍ଣ୍ଣାଟକର ୨୮ ଲୋକସଭା ଆସନରୁ ୨୦୨୪ରେ ଜେଡିଏସ ୪ଟିରେ ଲଢ଼ିବ ବୋଲି ବିଶେଷ ସୂତ୍ରରୁ ସୂଚନା ରହିଛି। ଜେପି ନଡ୍ଡା କହିଛନ୍ତି ଆମେ ଖୋଲା ହୃଦୟର ସହ ଜେଡିଏସକୁ ସ୍ବାଗତ କରିଛୁ। ଏବେ ଏନଡିଏର ଶକ୍ତି ବୃଦ୍ଧି ହେବ।

Niharanjan

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

28 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

59 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

1 hour ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

1 hour ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago