ଖୁବଶୀଘ୍ର ଜାରିହୋଇପାରେ ଜେଇ ମେନ ୨୦୨୨ ପରୀକ୍ଷା ଆଡମିଟ୍‌ କାର୍ଡ, ଚେକ୍‌ କରନ୍ତୁ ଅଫିସିଆଲ ୱେବସାଇଟ୍‌ jeemain.nta.nic.in

ଜେଇ ମେନ ୨୦୨୨ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଖୁବଶୀଘ୍ର ଜାରି ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ, NTA ଏହି ସପ୍ତାହରେ ଜୁନ୍‌ ସେସନ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଜାରି କରିପାରେ। ଏହା ଜାରି ହେବା ପରେ ଛାତ୍ର ଅଧିକାରକ ୱେବସାଇଟ jeemain.nta.nic.in କୁ ଯାଇ ନିଜର ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ। ଛାତ୍ରଛାତ୍ରୀମାନେ ନିଜର ରେଜିଷ୍ଟ୍ରସନ ନମ୍ବରରେ ଲଗଇନ୍‌ କରି ଆଡମିଟ୍‌ କାର୍ଡ ଡାଉନଲୋଡ କରିପାରିବେ।

ଜେଇ ମେନ୍‌ ୨୦୨୨ର ଜୁନ୍‌ ସେସନ ପୂର୍ବରୁ ଏପ୍ରିଲ ପାଇଁ ନିର୍ଦ୍ଧାରିତ କରାଯାଇଥିଲା। ପରୀକ୍ଷା ୨୦ ଜୁନରୁ ଆରମ୍ଭ ହେବ। NTA ଜେଇ ମେନ ପରୀକ୍ଷା ଆୟୋଜନ କରିବା ପାଇଁ ୧୦ ଦିନ ରଖିଛି। ଆଡମିଟ୍‌ କାର୍ଡ ଜାରି ହେବା ପୂର୍ବରୁ ଫାଇନାଲ ସିଡ୍ୟୁଲ ଜାରି ହେବ। ଆଡମିଟ୍‌ କାର୍ଡ, ପରୀକ୍ଷା କାର୍ଯ୍ୟସୂଚୀ ଏବଂ ପରୀକ୍ଷା ସିଟ୍‌ ଜାଣିବା ପାଇଁ jeemain.nta.nic.in କୁ ଯାଇ ଦେଖିପାରିବେ।

ଛାତ୍ରଛାତ୍ରୀ ନିଜର ଆଡମିଟ୍‌ କାର୍ଡ ଅଫିସିଆଲ ୱେବସାଇଟକୁ ଯାଇ ଏହାକୁ ଡାଉନଲୋଡ କରିପାରିବେ। କୌଣସି ଛାତ୍ରଛାତ୍ରୀଙ୍କୁ ଡାକ କିମ୍ବା ଇମେଲ ଜରିଆରେ ଆଡମିଟ୍‌ କାର୍ଡ ପଠାଯିବ ନାହିଁ। ଛାତ୍ର ନିଜ ଆଡମିଟ୍‌ କାର୍ଡରେ ଦିଆଯାଇଥିବା ସୂଚନାକୁ ଚେକ୍‌ କରିବାକୁ ହେବ। ଯଦି କୌଣସି ଭୁଲ ହୋଇଥାଏ, ତେବେ ସୁଧାରିବା ପାଇଁ NTAକୁ ସୂଚିତ କରିବାକୁ ହେବ।

exam
credit image: Hindustan

ଆଡମିଟ୍‌ କାର୍ଡରେ ପରୀକ୍ଷା କେନ୍ଦ୍ରସହିତ ପରୀକ୍ଷା ତାରିଖ ଏବଂ ସିଫ୍ଟ ମଧ୍ୟ ସୂଚନା ରହିବ। ପରୀକ୍ଷା ଦିନରେ ୨ଟି ସିଫ୍ଟରେ ଆୟୋଜିତ କରାଯିବ। ଛାତ୍ରଛାତ୍ରୀମାନେ ଆଡମିଟ୍‌ କାର୍ଡରେ ସିଫ୍ଟ ଏବଂ ରିପୋର୍ଟିଂ ଟାଇମ ନିଶ୍ଚିତ ଭାବେ ଚେକ୍‌ କରିଦିଅନ୍ତୁ। ବିନା ଆଡମିଟ୍‌ କାର୍ଡ କିମ୍ବା ପ୍ରାର୍ଥୀଙ୍କ ଫଟୋ ଆଇଡି ପ୍ରମାଣପତ୍ର ବିନାପ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପାଇଁ ଅନୁମତି ମିଳିବ ନାହିଁ।

କିନ୍ତୁ ଏଯାଏଁ ଆଡମିଟ୍‌ କାର୍ଡ ଜାରି ହେବାର କୌଣସି ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ଏହି ସପ୍ତାହରେ ଆଡମିଟ୍‌ କାର୍ଡ ଜାରି ହେବାର ସମ୍ଭାବନା ରହିଛି। ତେଣୁ ଅଫିସିଆଲ ୱେବସାଇଟ ଉପରେ ନଜର ରଖିଥାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.