JEE ମେନ୍ସ ୨୦୨୫ର ପରୀକ୍ଷା ପାଟର୍ନ ବଦଳିଲା, ଏବେ ଉଠାଇ ପାରିବେନି ଏହି ଲାଭ !

ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ ଏଗଜାମ୍ ବା JEE ମେନ୍ସ ୨୦୨୫ର ଅନଲାଇନ ଆବେଦନ ବହୁତ ଜଲଦି ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଜେଇଇ ମେନ୍ସ ପରୀକ୍ଷା ଢାଞ୍ଚାରେ ବଡ଼ ପରିବର୍ତ୍ତନ ହୋଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ନୋଟିସ୍ ଜାରି କରି ୨୦୨୫ର ପରୀକ୍ଷା ପାଟର୍ନ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଛି ।
ପୂର୍ବ ପାଟର୍ନରେ ଆଶାୟୀମାନଙ୍କୁ ୧୦ ମଧ୍ୟରୁ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ୁଥିଲା । କିନ୍ତୁ ଏଥର ଏହାକୁ ବନ୍ଦ କରି ଦିଆଯାଇଛି । କୋଭିଡ୍-୧୯ ସମୟରେ ଅସ୍ଥାୟୀ ରୂପେ ଏହି ସଂଶୋଧନ ଲାଗୁ ହୋଇଥିଲା, ଯାହାକି ଏବେ ଆଉ ହେବନାହିଁ ।
ଜେଇଇ ମେନ୍ସ ଏଗଜାମ୍ ପାଟର୍ନରେ ଏହି ପରିବର୍ତ୍ତନ ଉଭୟ ବିଇ/ବିଟେକ୍ (ପେପର୍-୧), ଆର୍କିଟେକଚର ଏବଂ ପ୍ଲାନିଙ୍ଗ (ବିଆର୍କ/ବିପ୍ଲାନିଙ୍ଗ୍, ପେପର୍-୨) ପରୀକ୍ଷାରେ ଲାଗୁ ହେବ ।
ଜେଇଇ ମେନ୍ସର ୪ଟି ସେକ୍ସନରେ ଫିଜିକ୍ସ, କେମିଷ୍ଟ୍ରି ଏବଂ ମ୍ୟାଥ୍ସର ୯୦ଟି ପ୍ରଶ୍ନ ରହୁଥିଲା । ସେକ୍ସନ ‘ଏ’ରେ ୨୦-୨୦ ଏବଂ ସେକ୍ସନ-‘ବି’ରେ ୧୦-୧୦ କରି ପ୍ରଶ୍ନ ଆସୁଥିଲା ।
ଆଶାୟୀମାନଙ୍କୁ ସେକ୍ସନ ‘ବି’ରେ ୩ଟି ବିଷୟ ମଧ୍ୟରୁ ପ୍ରତ୍ୟେକରୁ ୫ଟି ଲେଖାଏ ପ୍ରଶ୍ନର ଉତ୍ତର ଦେବାକୁ ପଡୁଥିଲା । ଏବେ ଏନଟିଏ ଜେଇଇ ମେନ୍ସର ପୁରୁଣା ପାଟର୍ନକୁ ଫଲୋ କରିବ । ସେକ୍ସନ ବିରେ ପ୍ରତି ବିଷୟରୁ କେବଳ ୫ଟି ହିଁ ପ୍ରଶ୍ନ ରହିବ । ପେପର-୧ (ବିଇ/ବିଟେକ୍), ପେପର-୨ ଏ (ବି-ଆର୍କ) ଏବଂ ପେପର-୨ ବି (ବି ପ୍ଲାନିଙ୍ଗ୍)ରେ ବିନା କୌଣସି ବିକଳ୍ପରେ ସମସ୍ତ ୫ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ ।