JEE ମେନ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି, ତୁରନ୍ତ କରନ୍ତୁ ଡାଉନଲୋଡ

ଜେଇଇ ମେନ ସେସନ ୧ ପରୀକ୍ଷା ପାଇଁ ଆଡମିଟ କାର୍ଡ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ jeemain.nta.nic.in କୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ପ୍ରାର୍ଥୀ ନିଜର ଆପ୍ଲିକେସନ ନମ୍ବର ଏବଂ ଜନ୍ମ ତାରିଖ ଦେଇ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ।

ଜେଇଇ ମେନ ୨୦୨୫ ପରୀକ୍ଷା ୧୩ଟି ଭାଷାରେ ଆୟୋଜିତ ହେବ । ଏନଟିଏ ଦ୍ବାରା ପେପେର-୧ (ବିଇ ଏବଂ ବିଟେକ) ପରୀକ୍ଷା ୨୨, ୨୩, ୨୪, ୨୮ ଏବଂ ୨୯ ଜାନୁଆରୀରେ ଆୟୋଜିତ ହେବ । ପରୀକ୍ଷା ଦୁଇଟି ସିଫ୍ଟରେ ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ଆରମ୍ଭ ହୋଇ ୧୨ଟା ଯାଏଁ ରହିବ । ସେହିପରି ଦ୍ବିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ରହିବ । ପେପର-୨ ପରୀକ୍ଷା ଗୋଟିଏ ସିଫ୍ଟରେ ହେବ । ଏଥିପାଇଁ ପରୀକ୍ଷା ଅପରାହ୍ନ ୩ରୁ ସନ୍ଧ୍ୟା ୬.୩୦ ମିନିଟ ପର୍ଯ୍ୟନ୍ତ ଚାଲିବ ।

କେମିତି କରିବେ ଆଡମିଟ୍ କାର୍ଡ ଡାଉନଲୋଡ :

ପ୍ରଥମେ ଜେଇଇ ମେନ୍ ର ଅଫିସିଆଲ ସାଇଟ jeemain.nta.nic.in କୁ ଯିବାକୁ ହେବ ।
ଏହାପରେ ହୋମ ପେଜର ଜେଇଇ ମେନ ଆଡମିଟ କାର୍ଡ ୨୦୨୫ ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହାପରେ ନୂଆ ପେଜ ଖୋଲିବ, ସେଥିରେ ପ୍ରାର୍ଥୀ ନିଜର ଲଗଇନ୍ ବିବରଣୀ ଭରନ୍ତୁ।
ଲଗଇନ ବିବରଣୀ ଭରିବା ପରେ ସବମିଟ୍ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କ ଆଡମିଟ୍ କାର୍ଡ ସ୍କ୍ରିନରେ ଆସିବ ।
ଏହାପରେ ଆପଣ ଏହାକୁ ଡାଉନଲୋଡ କରିପାରିବେ ।
ଡାଉନଲୋଡ କରିବା ପରେ ଏହାର ହାର୍ଡକପି ବାହାର କରିଦିଅନ୍ତୁ ।

Also Read : JEE ମେନ୍ସ ୨୦୨୫ର ପରୀକ୍ଷା ପାଟର୍ନ ବଦଳିଲା, ଏବେ ଉଠାଇ ପାରିବେନି ଏହି ଲାଭ !

You might also like