JEE MAIN ପରୀକ୍ଷା ଫଳ ପ୍ରକାଶିତ, ଏମିତି ଚେକ୍ କରନ୍ତୁ ରେଜଲ୍ଟ

ପ୍ରକାଶ ପାଇଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଜେଇଇ ମେନ ସେସନ-୨ ପରୀକ୍ଷା ଫଳ । ମୋଟ ୨୪ ଜଣ ଛାତ୍ରାଛାତ୍ରୀଙ୍କୁ ୧୦୦ ପ୍ରତିଶତ ମାର୍କ ମିଳିଛି । ଏଥିରୁ ୭ ଜଣ ରାଜସ୍ଥାନର ବୋଲି ଜଣାପଡିଛି । ପରୀକ୍ଷାର୍ଥୀ ସେମାନଙ୍କ ପରୀକ୍ଷା ଫଳ ବର୍ତ୍ତମାନ ସିଧାସଳଖ ଏନଟିଏର ୱେବସାଇଟରେ ଦେଖିପାରିବେ।

ଏନଟିଏ ତରଫରୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୩ଟି ଲିଙ୍କ ଜାରି କରାଯାଇଛି । ଏହାକୁ କ୍ଲିକ୍ କରି ଛାତ୍ରଛାତ୍ରୀ ସହଜରେ ପରୀକ୍ଷା ଫଳ ଦେଖିପାରିବେ ।

JEE(Main) 2025 Results for [Paper-1(B.E./B.Tech)]
JEE(Main) 2025 Results for [Paper-1(B.E./B.Tech)]
JEE(Main) 2025 Session-2 Answer Key Challenge

ରେଜଲ୍ଟ କିପରି ଚେକ କରିବେ ଜାଣନ୍ତୁ…

ଆପଣ jeemain.nta.nic.in ୱେବସାଇଟ ପରିଦର୍ଶନ କରନ୍ତୁ।

ସେସନ ୧ ସ୍କୋର କାର୍ଡ ଡାଉନଲୋଡ ଲିଙ୍କରେ କ୍ଲିକ କରନ୍ତୁ।

ଆବଶ୍ୟକ ତଥ୍ୟ ଦେଇ ସାଇଟରେ ଲଗ୍-ଇନ କରନ୍ତୁ।

ଏହାପରେ ଆପଣ ନିଜ ରେଜଲ୍ଟ ଦେଖିପାରିବା ସହ ଡାଉନଲୋଡ ମଧ୍ୟ କରିପାରିବେ।

ଜେଇଇ ମେନ ପରୀକ୍ଷା ଏପ୍ରିଲ ୨ରୁ ୮ ମଧ୍ୟରେ ଆୟୋଜିତ ହୋଇଥିଲା । ବିଟେକ ଏବଂ ବିଇ ପେପର ୧ରେ ଜେଇଇ ମେନ୍ ୨୦୨୫ରେ ୩ଟି ବିଷୟ ସାମିଲ ଥିଲା । ଫିଜିକ୍ସ, କେମେଷ୍ଟ୍ରି ଏବଂ ଗଣିତ । ଏହି ପରୀକ୍ଷା ୩୦୦ ମାର୍କର ରହିଥିଲା । ଏନଟିଏ ପକ୍ଷରୁ ୧୧ ଏପ୍ରିଲରେ ଉତ୍ତର ପ୍ରାକଶିତ କରିଥିଲା । ପରୀକ୍ଷା ଦେଇଥିବା ପ୍ରାର୍ଥୀ ୧୩ ଏପ୍ରିଲ ମଧ୍ୟରେ ଆପତ୍ତି କରିବା ପାଇଁ ବିକଳ୍ପ ପ୍ରକାଶ ପାଇଥିଲା ।

Also Read : ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡରେ ସାମିଲ ହେଲା ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ର, ଭାରତୀୟଙ୍କ ପାଇଁ ଏହା…