ଆମେରିକାରେ ମିଳୁଛି ଜେଲେନ୍ସକି ଖେଳଣା

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ପ୍ରାୟ ଏକ ମାସ ପୂରିବାକୁ ବସିଲାଣି । ଗୋଟିଏ ମାସ ଭିତରେ ୟୁକ୍ରେନର ହାଲଚାଲ, ରଙ୍ଗଢଙ୍ଗ ବି ବଦଳିବାକୁ ବସିଲାଣି । ଦିନେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ୟୁକ୍ରେନର ସହର ମରଘଟ ଏବେ ଏକ ପ୍ରକାର ମଶାଣି ରୂପ ନେଇଛି । କିଭ, ମାରିଯୁପୁଲ, ଖାରକିଭ, ଖେରସନ, ଚର୍ଣ୍ଣିହିବ,ଈରପିନ ,ସୁମି , ଦୋନେତସ୍କ , ଜ୍ୱାପୁରୀଜିୟା ସହରରେ ସଂହାରର ତାଣ୍ଡବ ଦେଖାଦେଇଛି । ଆଉ ଏଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଏକ ପ୍ରକାର ହିରୋ ପାଲଟି ଯାଇଛନ୍ତି । ରୁଷ ସହିତ ଏକାକୀ ପଙ୍ଗା ନେଉଥିବା ଜେଲେନ୍ସକି ଆମେରିକା ତଥା ନାଟୋ ଦେଶ ମାନଙ୍କ ସାମ୍ନାରେ ହିରୋ ଠାରୁ କୌଣସି ଗୁଣରେ କମ ନୁହନ୍ତି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଏବେ ଆମେରିକା ବଜାରରେ ଜେଲେନ୍ସକିଙ୍କ ନାଁର ଖେଳନା ବିକ୍ରି ହେଉଛି । ଲୋକେ ବି ଏହାକୁ ଖୁବ ପସନ୍ଦ କରୁଥିବା ଦେଖାଦେଇଛି ।

ଗୋଟେ ପଟରେ ରୁଷ ଓ ୟୁକ୍ରେନ ଭିତରେ ଘମାଘୋଟ ଯୁଦ୍ଧ ସ୍ଥିତି ଉପୁଜି ଥିବା ବେଳେ ଏକ ପ୍ରକାର ଧ୍ୱଂସ ହେବାକୁ ବସିଲାଣି ୟୁକ୍ରେନର ବିଭିନ୍ନ ସହରମାନ । ଶତ୍ରୁ ପକ୍ଷରୁ ଯେତେ ଭୟ ଥିଲେ ସୁଦ୍ଧା ଆଦୌ ମୁଣ୍ଡ ନୁଆଁଉ ନାହାନ୍ତି ଜେଲେନ୍ସକି । ମରିଯିବି ପଛେ ମୁଣ୍ଡ ନୁଆଇଁବି ନାହିଁ ପାଲଟିଛି ତାଙ୍କ ସ୍ୱର । ଆଉ ହୁଏତ ଏହି କାରଣ ପାଇଁ ପ୍ରାୟ ସମସ୍ତଙ୍କ ଆଖିରେ ହିରୋ ପାଲଟିଛନ୍ତି ଜେଲେନ୍ସକି ।

You might also like